୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେଇଛି ବଡ଼ ନିଷ୍ପତ୍ତି। ଭାରତ ଯୋଡୋ ଯାତ୍ରା ପରେ ଏବେ କଂଗ୍ରେସ ପକ୍ଷରୁ ଆଉ ଏକ ଯାତ୍ରା ଘୋଷଣା ହୋଇଛି। ଆସନ୍ତାମାସ ତଥା ଜାନୁଆରୀ ୧୪ରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଏହି ଯାତ୍ରାରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ପୁଣି ଥରେ ପଦଯାତ୍ରା କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଗତ ବର୍ଷ ସେପ୍ଟେମ୍ବରରୁ ଭାରତ ଯୋଡୋ ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂଆ ଯାତ୍ରା କରିବାକୁ ଯାଉଛନ୍ତି। ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ଦେବା ପାଇଁ “ଭାରତ ନ୍ୟାୟ ଯାତ୍ରା’ କରିବ କଂଗ୍ରେସ। ଏଥି “ଭାରତ ନ୍ୟାୟ ଯାତ୍ରା’ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହେବ। ପଶ୍ଚିମ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏହା ଶେଷ ହେବ। ଏହିପରି ଭାବରେ ରାହୁଲ “ଭାରତ ନ୍ୟାୟ ଯାତ୍ରା’ରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି। ସମଗ୍ର ଯାତ୍ରାରେ ୬୨୦୦ କିଲୋମିଟର ଅତିକ୍ରମ କରିବେ ରାହୁଲ। ତେବେ ପୂର୍ବଥର ଭଳି ଏହା ସମ୍ପୂର୍ଣ୍ଣ ପଦଯାତ୍ରା ହେବ ନାହିଁ। ଅଧିକାଂଶ ଯାତ୍ରା ବସ୍ ଏବଂ କେତେକ ସ୍ଥାନରେ ପଦଯାତ୍ରା ମଧ୍ୟ କରାଯିବ। ଏହି ଯାତ୍ରା ଜରିଆରେ ରାହୁଲ ଓଡ଼ିଶା ସମେତ ୧୪ଟି ରାଜ୍ୟର ୮୫ଟି ଜିଲ୍ଲାକୁ ଗସ୍ତ କରିବେ। ମଣିପୁର ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା ହେବ। ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ ଭାବରେ ଭାରତ ନ୍ୟାୟ ଯାତ୍ରାକୁ ବର୍ଣ୍ଣନା କରାଯାଇଛି। ଏହି ଯାତ୍ରା ମାର୍ଚ୍ଚ ୨୦ରେ ଶେଷ ହେବ। ଏହି ଯାତ୍ରାର ନାଁ ଭାରତ ନ୍ୟାୟ ଯାତ୍ରା ରଖିବା ପଛର ମୂଳ କାରଣ ବାବଦରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆମେ ଜନତାଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛୁ ଯେ, ଆର୍ଥିକ, ସାମାଜିକ ନ୍ୟାୟ ସେମାନଙ୍କୁ ପ୍ରଦାନ କରିବୁ। ପୂର୍ବରୁ ଭାରତ ଯୋଡ ଯାତ୍ରା ୧୨ଟି ରାଜ୍ୟ ଦେଇ ଯାଇଥିବା ବେଳେ ଏବେ ୧୪ଟି ରାଜ୍ୟ ଦେଇ ଭାରତ ନ୍ୟାୟ ଯାତ୍ରା ଯିବ।
Sign in
Sign in
Recover your password.
A password will be e-mailed to you.