ଭୁବନେଶ୍ୱର: ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବାକୁ ମାର୍ଚ୍ଚ ମାସ ପହିଲା ଠାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଛି ।ଏହା ଭୁବନେଶ୍ୱରରୁ ମାର୍ଚ୍ଚ ମାସ ପହିଲା ଠାରୁ ଏବଂ ବାଙ୍ଗିରିପୋଷିରୁ ମାର୍ଚ୍ଚ ମାସ ୨ ତାରିଖ ଠାରୁ ଚଳାଚଳ କରିବ ।ଭୁବନେଶ୍ୱରରୁ ଏହି ଟ୍ରେନ୍ ସନ୍ଧ୍ୟା ୫ଟା୩୦ମି.ରେ ଛାଡି ବାଙ୍ଗିରିପୋଷିରେ ରାତି ୧୨ଟା୦୫ମି.ରେ ପହଂଚିବାକୁ ଥିବାବେଳେ ଫେରିବା ପଥରେ ଏହି ଟ୍ରେନ ବାଙ୍ଗିରିପୋଷୀରୁ ଭୋର ୪ଟା୨୦ମି.ରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୧୦ ଟାରେ ପହଂଚିବ ।
ଏହି ଟ୍ରେନ ଭୁବନେଶ୍ୱର ଓ ବାଙ୍ଗିରିପୋଷି ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବେଲେଶ୍ୱର, ରୁପ୍ସା, ଠାକୁରତୋଟା, ଜଗପୁରା, ଜୋଗଲ, ବେତନଟୀ, କୃଷ୍ଣଚନ୍ଦ୍ରପୁର, ବାରିପଦା ଓ ରାଜଲୁକା ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହି ଟ୍ରେନ ଗଠନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର୍ କାର୍ , ନଅଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ଉପଲବ୍ଧ ଅଛି ।
ଅପରପକ୍ଷରେ ୧ ମାର୍ଚ୍ଚରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବାମ୍ରା ଠାରେ ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍ ବନ୍ଦ କରିବାକୁ ମଧ୍ୟ ନିଷ୍ପତି ନିଆଯାଇଛି । ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନ୍ ପାଇଁ ଅଟକି ରହିବ ନାହିଁ ।