ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମାଜସେବା ପାଇଁ ବିନୋଦଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ

170

ମାଲକାନଗିରି:  ମାଲକାନଗିରି ଜିଲ୍ଲାର ସମାଜସେବୀ ଭାବେ ପରିଚିତ ବିନୋଦ ତାୱାରୀଙ୍କୁ ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମ୍ମାନୀତ କରାଯିବା ସହ ଡକ୍ଟରେଟ ଉପାଧୀ ପ୍ରଦାନ କରାଯାଇଛି । ଆନ୍ତର୍ଜାତିକ ପିସ୍ ୟୁନିଭରସିଟି ତରଫରୁ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା ଯୁବ ସମାଜସେବୀ ବିନୋଦଙ୍କୁ ଡକ୍ତରେଟ ଉପାଧୀ ପାଇଁ ମନୋନୀତ କରାଯାଇଥିଲା । ସମାଜ ପ୍ରତି ତାଙ୍କର ଅବଦାନକୁ ଭୃୟସୀ ପ୍ରଶଂସା କରାଯାଇଥିଲା । ତାମିଲନାଡୁର କୋୟମ୍ବାଟୁର ଠାରେ ଆନ୍ତର୍ଜାତିକ ପିସ୍ ୟୁନିଭରସିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫ୍ରାନସରୁ ଆସିଥିବା ଡଃ. ଟାଇମର ରୋମାନ ଜର୍ଜ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ କାଉନସିଲର ଅଧ୍ୟକ୍ଷ ଡଃ. ଇଂଜିନିୟର୍ସ ପ୍ରଭୁ, କର୍ଣ୍ଣର ହରିନ୍ଦର ସିଂହ ଅଟାଲୀ, ଏସ୍‌. ସୁରେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।  ଜୀବନବ୍ୟାପି ଏଭଳି ଲୋକଙ୍କ ସେବା କରିବା ପାଇଁ କାଉନସିଲ ପକ୍ଷରୁ ନିବେଦନ କରାଯାଇଥିଲା । ବିନୋଦ ଭଳି ଜଣେ ସଚ୍ଚୋଟ ଏବଂ ସମାଜସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରିଥିବାରୁ ତାଙ୍କୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ତାଙ୍କର ଏହି ପ୍ରୟାସ ତାଙ୍କୁ ଆହୁରି ଆଗକୁ ନେବ ବୋଲି କହିଥିଲେ । ଡକ୍ଟରେଟ ସମ୍ମାନରେ ସମ୍ମାନୀତ ହେବା ପରେ ବିନୋଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।

Leave A Reply

Your email address will not be published.