ବଧୂହତ୍ୟା ମାମଲା : ଶାଶୁ, ଶ୍ୱଶୁର, ସ୍ୱାମୀ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

166
ବାଲେଶ୍ୱର:  ନବବଧୂକୁ ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଶାଶୁ, ଶ୍ୱଶୁର, ସ୍ୱାମୀ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି ।
ପ୍ରକାଶ ଥାଉକି, ୨୦୧୪ ମସିହାରେ ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ପଥଦୁର୍ଗା ଗାଁରେ ଏହି ନବବଧୂଙ୍କୁ ହତ୍ୟା କରାଯାଇଥିଲା । ଯୌତୁକରେ ବାଇକ୍ ଦାବି କରି ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲା କୋର୍ଟରେ ବିଚାରଧିନ ଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି ।
Leave A Reply

Your email address will not be published.