ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥା ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

142

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଫୋନ ଯୋଗେ କଥା ହୋଇଛନ୍ତି ।

ଭାରତରେ ପ୍ରସ୍ତୁତ କୋଭିଡ-19 ଟୀକା ପାଇଁ କାନାଡାର ଆବଶ୍ୟକତା ବିଷୟରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେକାନାଡା ଟୀକାକରଣ ପ୍ରୟାସକୁ ସମର୍ଥନ କରିବା ପାଇଁ ଭାରତ ଯଥାସମ୍ଭବ ଚେଷ୍ଟା କରିବଯେପରି ଏହା ପୂର୍ବରୁ ଭାରତ ଅନେକ ଦେଶ ପାଇଁ ମଧ୍ୟ କରିଛି ।

ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜର କୃତଜ୍ଞତା ଜଣାଇ କହିଥିଲେ ଯେଯଦି ବିଶ୍ୱ କୋଭିଡ-19କୁ ପରିଚାଳନା କରିବାରେ ସଫଳ ହୁଏତେବେ ଏହା ହେବ ଭାରତର ଅମାପ ଫାର୍ମାସ୍ୟୁଟିକାଲ୍ କ୍ଷମତା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଯୋଗୁଁ ଏହା ସାରା ବିଶ୍ଵରେ ପହଂଚିବା ସମ୍ଭବ ହୋଇପାରିବ । ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଏହି ଭାବନା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଦୁଇ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ରାଜନୈତିକ ପ୍ରସଙ୍ଗ ଉପରେ ଭାରତ ଏବଂ କାନାଡାର ସାଧାରଣ ଦୃଷ୍ଟିକୋଣକୁ ମଧ୍ୟ ଦୋହରାଇଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ବୈଶ୍ଵିକ ମହାମାରୀ ଦ୍ଵାରା ଦେଖାଦେଇଥିବା ଆର୍ଥିକ ପ୍ରଭାବ ଭଳି ଆହ୍ଵାନଗୁଡିକୁ ମୁକାବିଲା କରିବା ଉପରେ ଉଭୟ ଦେଶ ମଧ୍ୟରେ ଥିବା ଘନିଷ୍ଠ ସହଯୋଗ ଜାରି ରଖିବାକୁ ସେମାନେ ରାଜି ହୋଇଥିଲେ ।

ଉଭୟେ ଏହି ବର୍ଷ ଶେଷରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନ୍ତର୍ଜାତୀୟ ମଞ୍ଚରେ ପରସ୍ପରକୁ ଭେଟିବାକୁ ଏବଂ ପାରସ୍ପରିକ ସ୍ୱାର୍ଥର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରଖିବାର ଇଚ୍ଛାକୁ ପ୍ରକଟ କରିଥିଲେ ।

Leave A Reply

Your email address will not be published.