ଜାପାନରେ ବିଜନେସ୍ ଟାଇକୁନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

222

ଟୋକିଓ: ଜାପାନରେ ବିଜନେସ ଟାଇକୁନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜନେସ୍ ଟାଇକୁନଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । TYK କର୍ପୋରେସନର ସଭାପତିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ । ଉତ୍ପାଦନଭିତ୍ତିକ ଶିଳ୍ପରେ ଥିବା ସମ୍ଭାବନା ନେଇ ହେଲା ଆଲୋଚନା । ଓଡ଼ିଶାରେ ରହିଛି ପର୍ଯ୍ୟାପ୍ତ ସୁଯୋଗ ଓ ବ୍ୟାବସାୟିକ ସମ୍ଭାବନା । କ୍ରୋସାକି ହରିମା କର୍ପୋରେସନ ନିର୍ଦ୍ଦେଶକ ମସାଫୁମିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ରହିଥିବା ସୁଯୋଗ ଉପରେ ହୋଇଛି ଆଲୋଚନା । ସେହିପରି ଏସିଆ ପାସିଫିକ ଉପାଧ୍ୟକ୍ଷ କୋଇଚିରୋ କିମୁରାଙ୍କ ସହ ଆଲୋଚନା କରି ଓଡ଼ିଶା ଆସିବାକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।

ICIJ ସଭାପତି ଜଗମୋହନ ଏସ ଚନ୍ଦ୍ରାଣୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଇଜ୍ ଅଫ ଡୁଇଙ୍ଗ୍ ବିଜନେସ ଓ ଦକ୍ଷ ମାନବ ସମ୍ବଳ ସଂପର୍କରେ ଆଲୋଚନା । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସରକାର ସବୁ ସହଯୋଗ ଯୋଗାଉଛନ୍ତି । ଓଡ଼ିଶାରେ ଥିବା ସୁଯୋଗ ସମ୍ପର୍କରେ ଜାଣିବାକୁ ICIJକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.