ଉପକୂଳରେ ବଢୁଛି ସଂକ୍ରମଣ , ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍

134

ଭୁବନେଶ୍ୱର : କରୋନା ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହୁଥିବାରୁ ଏଣିକି ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍ କରାଯିବ । ବିଭିନ୍ନ ବସ୍ତି ଅଂଚଳ, ଯେଉଁଠି ସଂକ୍ରମଣ ବଢୁଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଧିରେ ଧିରେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱର, ମୟୂରଭଞ୍ଜ ଓ ଅନ୍ୟ ୩ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ । ଆଜି ପଜିଟିଭ୍ ହାର ୩ ପ୍ରତିଶତକୁ କମିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ପଜିଟିଭ୍ ହାର ୧୭ ପ୍ରତିଶତ ରହିଥିବା ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ । ଆଜି ଏ ନେଇ ଗାଇଡଲାଇନ୍ ଜାରି ହେବ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଂଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Leave A Reply

Your email address will not be published.