ଟିଟିଲାଗଡ଼ : ଜୁଲାଇ ଏକ ତାରିଖକୁ ଡାକ୍ତରଙ୍କ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଲିଓ କ୍ଳବର ନୂତନ ସଭାପତି ସୁରଜ ବେହେରାଙ୍କ ସଭାପତିତ୍ବରେ ଆଜି ସମସ୍ତ ଲିଓ ସଦସ୍ୟ ଟିଟିଲାଗଡ଼ର ସମସ୍ତ ଡାକ୍ତରଙ୍କ କ୍ଲିନିକ୍, ଘର ଏବଂ ଡାକ୍ତରଖାନାକୁ ଯାଇ ଉପସ୍ଥିତ ସମସ୍ତ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ହେଲେ ଏସ ଡି ଏମ ଓ ଶ୍ରୀପ୍ରଦୀପ କୁମାର ନାଏକ, ଡାକ୍ତର ଓମକାର ହୋତା, ଡ.ମହାନ୍ତି, ଶିଶୁ ରୋଗ ବିଶେଷଜ୍ଞ ଡ.ଗୋପବନ୍ଧୁ ସାହୁ, ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ.ବଳରାମ ସାହୁ, ଡ.କୃଷ୍ଣ ଚନ୍ଦ୍ର ପାଲ, ଡ.ଲିଲାଧର ଶର୍ମା, ଡ.ମୋହନ ଲାଲ ଜୈନ୍, ଚକ୍ଷୁରୋଗ ବିଶେଷଜ୍ଞ ଡ.ଅନିତା ହୋତା, ସ୍ତ୍ରୀ ଏବଂ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଶରତ ଦାସ, ଡେଣ୍ଟିଷ୍ଟ ଆନନ୍ଦ କେଜ୍ରିୱାଲ, ହୋମିଓପାଥି ଡ.ନରେନ୍ଦ୍ର ଅଗ୍ରୱାଲ, ଡ.ଜୟ ପ୍ରକାଶ ଜୈନ। ଏମାନେ ଅନବରତ ରୋଗୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗୀକୃତ କରି ସେବା ପ୍ରଦାନ କରୁଛନ୍ତି ।

ଆଜି ସେମାନଙ୍କ ଦିନ, ସେଥିପାଇଁ ସମସ୍ତ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଛୁ ବୋଲି ସଭାପତି ସୁରଜ ବେହେରା କହିଛନ୍ତି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଲିଓ କ୍ଳବର ଉପଦେଷ୍ଟା ଲାୟନ ଦୀପକ ଗୋୟଲ୍, ଲାୟନ ସଦସ୍ୟ ସଞ୍ଜୟ କୁମାର ନାୟକ, ଲିଓ ସାହିଲ ମେମନ, ସ୍ୱରୂପ ଶଙ୍କର ସାହୁ, ୟସ ପଣ୍ଡା, ଏମ ଡି ରିହାନ, ଶଙ୍କର ପ୍ରଧାନ ସାମିଲ ହୋଇଥିଲେ ।