ସାମ୍ବାଦିକ ଆକ୍ରମଣକାରିଙ୍କୁ ତୁରନ୍ତ ଗିରଫ ଦାବି

181

ରାୟଗଡ : ଦୁର୍ନୀତି, ଲାଞ୍ଚ ଖୋର ଓ ଅତ୍ୟଚାର ବିରୁଧରେ ସ୍ୱର ଉଠାଉଥିବା ଓ ଲୋକଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣୁଥିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ସର୍ବଦା ଆକ୍ରୋଶରେ ସ୍ୱୀକାର ହୋଇଆସୁଛି । ସମାଜର ହିତ ପାଇଁ କର୍ଯ୍ୟରତ ସାମ୍ବାଦିକ ଭାଇମାନଙ୍କୁ ସରକାର ନ୍ୟାୟ ଦେବା ତ ଦୂରର କଥା ବରଂ ସେହି ଆକ୍ରମଣକାରିଙ୍କୁ ସୁରକ୍ଷା ଦେବା ଭଳି କାର୍ଯ୍ୟ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ସର୍ବଦା କରୁଥିବାର ନଜର ଆସୁଛି । ଯାହାର ଉଦାହରଣ ନିକଟରେ ନୟାଗଡ଼ ଜିଲ୍ଲାରେ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣରୁ ସ୍ପଷ୍ଟ ଅନୁମେୟ । ଏହି ଆକ୍ରମଣକୁ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ ଶାଖା ପକ୍ଷରୁ ଦୃଢ ନିନ୍ଦା କରିବା ସହିତ ଆକ୍ରମଣକାରିଙ୍କୁ ତୁରନ୍ତ ଗିରଫ ଦାବି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ସୂଚନାରୁ ପ୍ରକାଶ କି ଗତ ୧୮ ତାରିଖ ଦିନ ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଏସ ଆଇ ଧନଞ୍ଜୟ ପାତ୍ର ଚୋରା ମଦ କରବାର ସମ୍ବନ୍ଧୀୟ ଦୁର୍ନୀତି କରିଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଏଥି ସହ ଏକ ସରକାରୀ ମଦ ଦୋକାନରୁ ୧୨୧ ଲିଟର ମଦ ଜବତ ସମ୍ବନ୍ଧରେ କେତେକ ଗଣମାଧ୍ୟମ ଅବକାରୀ କାର୍ଯ୍ୟାଳୟକୁ ଯାଇ ତଥ୍ୟ ମାଗିଥିଲେ ଏଥିରେ ଉତକ୍ଷିପ୍ତ ହୋଇ ଏସ ଆଇ ଶ୍ରୀପାତ୍ର ନ୍ୟୁଜ୭ ର ସାମ୍ବାଦିକ ବୈଦ୍ୟଭୁଷଣ ମହାପାତ୍ରଙ୍କୁ ଦୁର୍ବ୍ୟବହାର କରିବା ଏଂବଂ ମାଡ଼ ମାରିବା ଘଟଣାକୁ ନେଇ ସାମ୍ବାଦିକମାନଙ୍କ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ଓ ଏହି ଘଟଣାରେ ଯଦି ରାଜ୍ୟ ସରକାରଙ୍କ ତରଫରୁ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ଆଗାମୀ ଦିନରେ ଏହି ବିରୋଧ ଅହୁରି ଜୋରଦାର କରାଯିବ ବୋଲି ରାୟଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀସୁରେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ।

ଆଜି ଉକ୍ତ ଘଟଣା ବିରୁଧରେ ରାୟଗଡ଼ ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ ଶ୍ରୀରାଜେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଙ୍ଘର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ଦାସ, ପରିଚାଳନା ସମ୍ପାଦକ ପରମାନନ୍ଦ ପ୍ରଧାନ, ସହ ସମ୍ପାଦକ ସନ୍ତୋଷ ପାଢ଼ୀ, ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ଦୋରା ପ୍ରମୁଖ ଆକ୍ରମଣ କରିଥିବା କାର୍ଯ୍ୟରତ ସରକାରୀ କର୍ମଚାରୀ ଏସ ଆଇ ଶ୍ରୀ ଧନଞ୍ଜୟ ପାତ୍ରଙ୍କୁ ତୁରନ୍ତ ଗିରଫ ଦାବିରେ ଓ ରାଜ୍ୟରେ କର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀସରୋଜ କୁମାର ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.