ନିମାପଡ଼ା: ନିମାପଡ଼ା ଭଳି ଏକ ଜନଗହଳି ଅଂଚଳ ଏବଂ ଶାନ୍ତିପ୍ରିୟ ଅଞ୍ଚଳର ନେତାମାନେ ନିମାପଡ଼ାକୁ ସବ୍ଡ଼ିଭିଜନ୍ ଘୋଷଣା କରାଇବାରେ ବିଫଳ ହୋଇଛନ୍ତି । ନିମାପଡ଼ାକୁ ଉପଖଣ୍ଡ ଘୋଷଣା ପାଇଁ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଉଦ୍ୟମ ଥିଲା କିନ୍ତୁ ସ୍ଥାନୀୟ ନେତୃବର୍ଗଙ୍କ ଯୋଗୁ ତାହା ହୋଇପାରିଲା ନାହିଁ ଏଠାରେ ଆଲୋଚିତ ହୋଇଥିଲା । ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତା ଏହି ପ୍ରସଂଗକୁ ଆଧାର କରି ଭରପୁର ଫାଇଦା ଉଠାଇଥିଲେ ମଧ୍ୟ ପରବର୍ତ୍ତୀ କାଳନରେ ଉଦ୍ୟମ ନ କରିବା ପରିତାପର ବିଷୟ । ଏହି ପ୍ରସଂଗକୁ ନେଇ ସବଡ଼ିଭିଜନ୍ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ପ୍ରତ୍ୟେକ ବ୍ଳକ ସାମ୍ନାରେ ଧାରଣା ଦିଆଯିବା ସାଂଗକୁ ବିଧାନସଭା ସାମ୍ମାରେ ମଧ୍ୟ ଦିନିକିଆ ଧାରଣା ଦିଆଯାଇଥିବା ନଜିର ଅଛି । ନିମାପଡ଼ା ଓ କାକଟପୁର ନିର୍ବାଚନ ମଣ୍ଡଳୀର ୨ଜଣ ମନ୍ତ୍ରୀ ଶାସକ ଦଳର ନେତୃତ୍ୱ ନେଉଥିଲେ ହେଁ ଏ ସଂକ୍ରାନ୍ତରେ ଚୁପ ରହିବା ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି । ନିଜ ମାଟି ପାଇଁ ନେତାଙ୍କ ସ୍ୱର ଏତେ କ୍ଷୀଣ କାହିଁକି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ନିମାପଡ଼ା, ଗୋପ,କାକଟପୁର, ଅସ୍ତରଙ୍ଗ ବ୍ଳକ୍ ସମେତ ୩ଟି ଏନ୍.ଏ.ସି. (ନିମାପଡ଼ା, କୋଣାର୍କ, ପିପିଲି) ଉପଖଣ୍ଡ ଅଂଚଳରେ ସାମିଲ ହେବା ନେଇ ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ତାହା ସାଧାରଣରେ ତୀବ୍ର ପ୍ରତିକ୍ରିୟ ସୃଷ୍ଟି କରିଛି । ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚ, ନିମାପଡ଼ା ଶାଖା ପକ୍ଷରୁ ସର୍ବ ପ୍ରଥମେ ଦିଘାଳ ଠାରେ ୪ଟି ବ୍ଳକ୍ର ନେତୃ ମଣ୍ଡଳୀ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ଘୋଷଣା ପାଇଁ ଆନ୍ଦୋଳନ ଓ କମିଟି ଗଠନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲ । ନିମାପଡ଼ା ସବ୍ଡ଼ିଭିଜନ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଇନଜୀବୀ ସୁଧୀର ମହାନ୍ତି, ରଂଜିତ ସାହୁ,ଅସ୍ତରଂଗ ବ୍ଳକ୍ ଅଧ୍ୟକ୍ଷ ସ୍ୱାଧୀନ ନାୟକ,ମଂଚ ସଭାପତି ଗଦାଧର ପରିଡ଼ା,ସଂପାଦକ ପ୍ରଶାନ୍ତ ସାହୁ, .ପି.ଆଇ.ନେତା ଦେବେନ୍ଦ୍ର ସାହୁ, ଓକିଲ ସଂଘ,ସାମ୍ବାଦିକ ସଂଘ, ବ୍ୟବସାୟୀ ସଂଘ ସମେତ ଅନେକ ଅନୁଷ୍ଠାନର ସହଯୋଗ ଲୋଡ଼ି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ତରଫରୁ ଦାବି ହୋଇଛି । କେବେ ଉପଖଣ୍ଡ ଘୋଷଣା ହେବ ତାହା କେବଳ ରାଜସ୍ୱ ବିଭାଗର ବଡ଼ପଣ୍ଡାଙ୍କୁ ଜଣା । ମାସ ମାସ ଧରି ଆନ୍ଦୋଳନ, ଧାରଣା,ଧର୍ମଘଟ ସହ ଦସ୍ତଖତ ଅଭିଯାନ ଚାଲିଥିଲା କିନ୍ତୁ ଦୁର୍ବଳ ରାଜନୈତିକ ନେତୃତ୍ୱ ଯୋଗୁଁ ଆଜି ପର୍ଯ୍ୟନ୍ତ ତାହା ସମ୍ଭବପର ହୋଇପାରି ନାହିଁ । ଏଣୁ ନିମାପଡ଼ାବାସୀ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.