ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାମାଜିକ ସଂଗଠନ ଦିଶା ଓଡ଼ିଶା ଆନୁକୂଲ୍ୟରେ ଉକ୍ରଳ ସାମ୍ବାଦିକ ସଂଘଠାରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଦିଶାର ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ବାବା ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ଶରତ ଚନ୍ଦ୍ର ଦାସ, ବିଶିଷ୍ଟ ସମାଜସେବୀ ସସ୍ମିତା ଦାସ, ଲିପିକା ରାୟ, ଦିଶାର ଅଧ୍ୟକ୍ଷା ଡଃ ବନ୍ଦନା ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ । ବିବରଣୀ ପାଠ କରିଥିଲେ ଇଂ ସୌମ୍ୟରଞ୍ଜନ ରାଉତରାୟ । ମହିଳାମାନଙ୍କ ସଶକ୍ତିକରଣ ଦିଗରେ ପାରଦର୍ଶିତା ହାସଲ କରିଥିବା ଶ୍ରେଷ୍ଠ ଦଶଜଣଙ୍କୁ ଏମ୍ପାୱାରମେଣ୍ଟ ଅଫ ୱିମେନ୍ସ ସମ୍ମାନରେ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତନ୍ମଧ୍ୟରେ ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ, ସମାଜସେବୀ ମୀରା ପରିଡ଼ା, ଅଭିନେତ୍ରୀ ମମତା ମହାନ୍ତି, ରାଣୀ ପଣ୍ଡା, ସାମ୍ବାଦିକା ଲିପି ନାୟକ, ଐଶ୍ୱର୍ଯ୍ୟା ପରିଜା, ଡ୍ରେସ୍ ଡିଜାଇନର ସାନୁ ବଳିୟାରସିଂହ, ସେବିକା ଶ୍ରଦ୍ଧାଞ୍ଜଳି ପଣ୍ଡା, ସମାଜସେବୀ ୟାସମୀନ ଖାନ ଓ ଦିବ୍ୟାଙ୍ଗ ଗୃହ ଉଦ୍ୟୋଗୀ ଆମ୍ବରିକା ତେଜସ୍ୱିନୀ ନାୟକ ପ୍ରମୁଖ । ଧନ୍ୟବାଦ ଅର୍ପଣ କରିଥିଲେ ରକ୍ତଦାତା ତନ୍ମୟ ସାମନ୍ତରାୟ । ରୋହିତ କୁମାର ନାୟକ, ଚିତ୍ତରଞ୍ଜନ ଦାସ, ଲିଟୁ ଓଝା, ସୁବାଶିଷ ଚକ୍ରବର୍ତ୍ତୀ, ନିହାର ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.