ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟି ରଖି ରାଜ୍ୟବ୍ୟାପୀ ଅଜି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ । ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ସଂଘ ପକ୍ଷରୁ କୁହା ଯାଇଛି ଯେ ସକାଳ ୬ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ୭ ଘଂଟା ଯାଏଁ ବସ ଚଳାଚଳ ବନ୍ଦ ରହିବ ଏହା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ବସ୍ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି ।