ନୂଆପଡା: ନୂଆପଡା ଅପରଜୋଙ୍କ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ତଳ ମୁଣ୍ଡ ଓ ଉପରମୁଣ୍ଡ ବିବାଦ ଥମିବାର ନା ଧରୁନାହିଁ । ଆଜି ଉପେରମୁଣ୍ଡ ଚାଷି ପି ସି ଆର ଗାଡିରେ ପାଟ୍ରୋଲିଂ କରୁଥିବା ଜଣେ ଏସଆଇଙ୍କ ସମେତ ତିନି ବନ୍ଧୁକଧାରୀ ଯବାନ,ଓ ଡ୍ରାଇଭରଙ୍କୁ ସାରାବଙ୍ଗ ଗ୍ରାମର ଏକ ମନ୍ଦିର ଭିତରେ ଭରି ବହାରପଟୁ ତାଲା ମାରିଦେଇଥିଲେ । ସୂଚନାନୁସାରେ ପାଣିପାଞ୍ଚାୟତ ନିୟମ ତଥା ହାଇକୋର୍ଟ ଙ୍କ ନିର୍ଦେଶ ଅନୁସାରେ ଗୋଟିଏ ବର୍ଷ ୧ରୁ ୬ ଓ ୧୭ରୁ ୨୦ପାଣିପାଞ୍ଚାୟତ (ଉପରମୁଣ୍ଡ) ପାଣି ପାଇବ ଓ ଗୋଟିଏ ବର୍ଷ ୭ ରୁ ୧୬ ପାଣିପାଞ୍ଚାୟତ (ତଳମୁଣ୍ଡ) ପାଣି ପାଇବ । ଚଳିତ ବର୍ଷ ତଳମୁଣ୍ଡ ପାଣି ପାଇବା କଥା । କିନ୍ତୁ ୦ ହେଡ ରୁ ପାଣି ଛାଡିବା ଓ ଉପେରମୁଣ୍ଡକୁ ପାଣି ଯୋଗାଇ ଦେବାକୁ ନେଇ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଦୁଇ ମୁଣ୍ଡର ଚାଷୀ ଡକାଇ ବୈଠକ କଲାପରେ ଉପରମୁଣ୍ଡ ଚାଷି ରାଜି ହୋଇଥିଲେ । ଗତକାଲି ୦ ହେଡରୁ ପାଣି ଛଡା ମଧ୍ୟ ହୋଇଥିଲା । ପୁଣି ଉପରମୁଣ୍ଡ ଚାଷିଙ୍କ ତରଫରୁ ହେବାକୁ ଥିବା ଆଉ ଏକ ଆନ୍ଦୋଳନର ସୂଚନା ପାଇ ପୋଲିସ ସାରାବଙ୍ଗ ଗ୍ରାମର ଦୁଇ ଜଣ ଚାଷୀ କମଲେଶ ଦୀକ୍ଷିତ ଓ ପ୍ରକାଶ ଦୀକ୍ଷିତଙ୍କୁ ଘରୁ ଉଠାଇ ନେଇଥିଲା ଓ ଅଂଚଳରେ ୧୪୪ ଧାରା ଲଗାଇଥିଲେ । ଏଥିରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ପାଟ୍ରୋଲିଂ କରୁଥିବା ସମୟରେ ଗାଡିକୁ ଅଟକ ରଖି ସେଥିରେ ଥିବା ଡ୍ରାଇଭର ସମେତ ୫ ଜଣଙ୍କୁ ନିକଟସ୍ଥ ଏକ ଜଗନ୍ନାଥ ମନ୍ଦିରରେ ପୁରାଇ ବହାରପଟୁ ତାଲା ମାରି ଦେଇଥିଲେ । ଆମର ଦୁଇ ଜଣ ଚାଷୀକୁ ଛାଡିଲେ ଆମେ ଏମାନଙ୍କୁ ଛାଡ଼ିବୁ ବୋଲି ଧାରଣାରେ ବସିଥିଲେ । ଏ ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ଆଚାର୍ଯ୍ୟ, ଏସ ଡି ପି ଓ ପ୍ରଶାନ୍ତ ପଟ୍ଟନାୟକ ତହସିଲଦାର ଦେବେନ୍ଦ୍ର ରାଉତ ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଗ୍ରାମବାସୀ କିଛି ଶୁଣିନଥିଲେ । ଶେଷରେ ଚାଷୀ ମାନଙ୍କ ଆଗରେ ପ୍ରଶାସନ ହାର ମାନିଥିଲା । ଦୁଇ ଜଣ ଚାଷୀଙ୍କୁ ଛାଡିବା ପରେ ଚାଷୀ ପୋଲିସ କର୍ମୀଙ୍କୁ ଛାଡି ଥିଲେ । ଦୀର୍ଘ ୩ ଘଣ୍ଟା ବନ୍ଧକ ରହିବା ପରେ ମୁକ୍ତ ହୋଇଥିଲେ ପୋଲିସ କର୍ମୀ ।
Sign in
Sign in
Recover your password.
A password will be e-mailed to you.