ପାଞ୍ଚ ଦିନ ପରେ ମିଳିଲା ନିଖୋଜ ୩ ବର୍ଷର ଝିଅ ସ୍ବାତୀର ମୃତଦେହ

146

ନୟାଗଡ଼: ବଧିପାଟଣା ଗାଁ ପୋଖରୀରୁ ନିଖୋଜ ୩ ବର୍ଷର ଝିଅ ସ୍ୱାତୀର ମୃତଦେହ ମିଳିଛି। ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥିବା ପୋଖରୀରୁ ମିଳିଛି ମୃତଦେହ । ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ। ଶୁକ୍ରବାର ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ ଘାଣ୍ଟି ସାରିଥିଲେ। ହେଲେ ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର ଚିହ୍ନବର୍ଣ୍ଣ ମିଳିନଥିଲା। ଝିଅକୁ ନପାଇବାରୁ ବାପା ଓ ମା ସନ୍ଦେହ ଫେରିବାଲା ଉପରେ ହୋଇଥିଲା। ରଣପୁର ବଧିପାଟଣା ଗାଁ ଦାଣ୍ଡରୁ ଦିନ ଦିପହରରେ ପୁଣି ଏକ ୩ ବର୍ଷର ଝିଅ ଉଭାନ୍ ହେବା ଘଟଣାକୁ ନେଇ ସାରା ଗାଁରେ ଆତଙ୍କ ଘଟଣାକୁ ନେଇ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ପରେ ରଣପୁର ପୋଲିସ୍ ଦୁଇଟି ଟିମ୍ ଗଠନ କରି ସ୍ୱାତୀକୁ ଖୋଜୁଥିଲା। ଦମକଳବାହିନୀ ବି ଗାଁରେ ଥିବା ସବୁ କୂଅ ପୋଖରୀ, ଖୋଜି ସାରିଥିଲା। ଖୋଦ୍ ଜିଲ୍ଲା ଏସ୍‌ପି ବି ଯାଇ ଘଟଣାସ୍ଥଳ ବୁଲି ଦେଖିଥିଲେ ତଥାପି କୁନିଝିଅର ପତ୍ତା ମିଳୁନଥିଲା। ଶନିବାର ପୂର୍ବାହ୍ଣ ସାଢ଼େ ୮ଟାରେ ଓଡ୍ରାଫ୍ ଟିମ୍ ପହଞ୍ଚି ଗାଁ’ରେ ଥିବା ସମସ୍ତ କୂଅ ଓ ୩ଟି ପୋଖରୀ ତନ୍ନତନ୍ନ କରି ଖୋଜିଥିଲେ ହେଁ ସ୍ବାତୀର କୌଣସି ପତ୍ତା ନ ମିଳିବାରୁ ନିରାଶ ହୋଇ ଫେରିଥିଲେ। ତେବେ ପୋଲିସ୍ ସେଠାରେ ଡେରା ପକାଇ ଘରଘର ବୁଲି ଖୋଜିବା ସାଙ୍ଗକୁ ଆଖପାଖ ଗାଁ’ ଓ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଛାନଭିନ୍ କରିଥିଲେ। ସଞ୍ଜୟ ଜଣେ ଦିନମଜୁରିଆ ତଥା ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ବାତୀଙ୍କୁ କାହିଁକି ଓ କିଏ ଅପହରଣ କଲା ନା ସ୍ବାତୀ କୁଆଡ଼େ ଚାଲିଗଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସଞ୍ଜୟଙ୍କର ଗୋଟିଏ ପୁଅ ଓ ୨ଟି ଜାଆଁଳା ଝିଅରୁ ସ୍ବାତୀ ନିଖୋଜ ହୋଇଯାଇଥିଲା।

Leave A Reply

Your email address will not be published.