ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବନବିଭାଗ ପକ୍ଷରୁ ଗୁରୁବାର ରାତ୍ରରେ ଜଣେ କଇଁଛ ବ୍ୟବସାୟୀ କଇଁଛ ଚୋରା ଚାଲାଣ କରୁଥିବା ନେଇ କୌଣସି ପ୍ରକାରେ ଖବର ପାଇଥିଲେ । ଖବର ପାଇ ତୁରନ୍ତ ଝରିଗାଁ ବନ ବିଭାଗ ତରଫରୁ ରେଞ୍ଜର ମୁକୁନ୍ଦ ଦିଶାରୀ, ଫରେଷ୍ଟର ହରେଲାଲ ନିହାଲ, ରାଜୁ ମଣ୍ଡଳ ପ୍ରମୁଖ ସହ ଅନ୍ୟ କର୍ମଚାରୀ ମାନେ ଚଚା ପଂଚାୟତର ଭେଜିଗୁଡା ଛକରେ ଜଗିଥିଲେ । ସେହି ରାସ୍ତା ଦେଇ ଜଣେ ଅସାଧୁ ବ୍ୟବସାୟୀ ରାତ୍ର ୧୦ ଘଣ୍ଟା ସମୟରେ ଗାଡ଼ି ନମ୍ବର ସିଜି ୦୪ ସିଟି ୧୬୯୭ ବାଇକ ଯୋଗେ କଇଁଛ ଚୋରାଚାଲାଣ କରୁଥିବା ବେଳେ ବନ ବିଭାଗ ଚଢ଼ାଉ କରିଥିଲା ।ତେବେ କଇଁଛ ଉଦ୍ଧାର ହୋଇଥିବା ବେଳେ ବ୍ୟବସାୟୀ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛି । ତେବେ ଚଢ଼ାଉ କରି ୮୦ରୁ ଉର୍ଦ୍ଧ କଇଁଛ ଉଦ୍ଧାର କରି ଝରିଗାଁ ବନ ବିଭାଗ ସମସ୍ତ କଇଁଛକୁ କାର୍ଯ୍ୟାଳୟକୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି ଏବଂ ସମସ୍ତ କଇଁଛ ସୁସ୍ଥ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.