ଯୁବକଙ୍କୁ ମାରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଚାରିଭାଇ ଗିରଫ

165

ମାଲକାନଗିରି : ଉଦ୍ଧାର ଟଙ୍କା ନ ଦେବାରୁ ଜଣେ ବ୍ୟକ୍ତି ଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ । ସୂଚନା ଅନୁଯାଇ ଶନିବାର ସକାଳ ପ୍ରାୟ ୮ ଟା ସମୟରେ ପୁଲିମେଟଲା ଏମପିଭି ୧ ୨ ଗ୍ରାମର ଆନନ୍ଦ ବାବାଲି ନାମକ ଜଣେ ଯୁବକ ନିଜ ଗ୍ରାମରୁ ଭେଜାଙ୍ଗୀବାଡା ନିକଟରେ ଥିବା ନିଜ ଜମିକୁ ଟ୍ରାକ୍ଟର ରେ ଚାଷ କରିବା ପାଇଁ ସାର ବିହନ ନେଇ ଯାଉଥିବା ବେଳେ ଭେଜାଙ୍ଗୀବାଡା ଗ୍ରାମ ନିକଟରେ ସେହି ଗ୍ରାମର ବିଶ୍ୱଜିତ୍ ମଣ୍ଡଳ, ସୁଜିତ୍ ମଣ୍ଡଳ, ରଞ୍ଜିତ ମଣ୍ଡଳ ଏବଂ ଅଜିତ ମଣ୍ଡଳ ଚାରି ଭାଇ ମିଶି ଆନନ୍ଦଙ୍କ ଟ୍ରାକ୍ଟରକୁ ଅଟକାଇ ଧାର ଟଙ୍କା ମାଗିବା ସହ ଗାଳି ଗୁଲଜ କରିଥିଲେ । ଟଙ୍କା ନ ଦେଲେ ସେମାନେ ଟ୍ରାକ୍ଟର ଛାଡିବେ ନାହିଁ ବୋଲି ଧମକ ଦେଇଥିଲେ । ଏହାକୁ ଆନନ୍ଦ ବିରୋଧ କରିବା ସହ ଟଙ୍କା ପରେ ଦେଇଦେବେ ବୋଲି କହିଥିଲେ ।

ଏଥିରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଭିତରେ ସେଠାରେ ଉପସ୍ଥିତ ଥିବା ଚାରି ଭାଇ ଆନନ୍ଦ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ । ଏହି ଆକ୍ରମଣରେ ଆନନ୍ଦ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ସ୍ଥାନୀୟ ଏମପି ଭି ୨ ୧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ତାଙ୍କ ଅବସ୍ଥା ଅତିଖରାପ ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଆନନ୍ଦ ଙ୍କ ସମ୍ପର୍କୀୟ ମନୋରଞ୍ଜନ ବାବାଲି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ କାଲିମେଳା ପୋଲିସ ୧୬୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତଚାରି ଭାଇଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.