ବୁଗୁଡା: ଗତ କାଲି ଅଳିଆ ଗଦା ନିଆଁ ବ୍ୟାପି କରଚୁଲି ଗ୍ରାମରେ ଶିଶୁ ମନ୍ଦିର ପରିସର ବାଡ଼ ଓ ଗଛପତ୍ର ସହ ଦୁଇ ଚାଷୀଙ୍କ ଦୁଇଟି ପାଳଗଦା ପୋଡି ପାଉଁଶ ହୋଇଥିବା ବେଳେ ଫେବୃୟାରୀ ୨୬ ତାରିଖ ଦିନ କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଯିବା ଯୋଗୁଁ ଜଙ୍ଗଲ ନିଆଁ ଆସି କରଚୁଲି ଗ୍ରାମର ଘର ଉପରେ ପଡି ଦୁଇ ପରିବାରର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। କରଚୁଲି ଗ୍ରାମର ଅତି ନିକଟରେ ଜଙ୍ଗଲ ଥିବାବେଳେ ଅଗ୍ନିକାଣ୍ଡ ଘଟିଥିବା ସାହିଟି ଜଙ୍ଗଲ ସୀମାଠାରୁ ମାତ୍ର ଚାରି ପାଞ୍ଚ ମିଟର ଦୁରତାରେ ରହିଅଛି। କୌଣସି ବ୍ୟକ୍ତିଙ୍କ ଅଗ୍ନି ସଂଯୋଗ ହେଉ କିମ୍ବା ଅନ୍ୟ କିଛି କାରଣ ଯୋଗୁଁ କରଚୁଲି ଜଙ୍ଗଲରେ ନିଆଁ ଲାଗି ଯାଇଥିବା ବେଳେ ତାହା ବ୍ୟାପି ଏକ ବାଉଁଶ ବୁଦାରେ ନିଆଁ ଲାଗିଥିଲା। ତାହା ପ୍ରବଳ ଭାବେ ଜଳିବା ସହ ବାଉଁଶ ଗଣ୍ଠି ଫୁଟି ସେଠାରୁ ନିଆଁ ଆସି ଜୁରିଆ ପ୍ରଧାନ ଓ ଦ୍ବିତୀକୃଷ୍ଣ ପ୍ରଧାନଙ୍କ ଘର ଚାଳରେ ଉପରେ ପଡିଥିଲା। ଯାହାଫଳରେ ନିଆଁ ଲାଗି ଯାଇ ପ୍ରତ୍ୟେକଙ୍କ ଦୁଇ ବଖରା ଲେଖାଁଏ ଚାରି ବଖରା ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ବୁଗୁଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
Sign in
Sign in
Recover your password.
A password will be e-mailed to you.