-ପୋଲିସ ଡିଜି, ଜିଲ୍ଲାପାଳ ଓ ଏସପି ମାନେ ନେବେ ଟୀକା
ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ । । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିସନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି ।
ପୁଲିସ୍ ମହାନିର୍ଦ୍ଦେଶକ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନେ ଟିକା ନେବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟିକାକରଣ ଷ୍ଟିଅରିଂ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତି ହୋଇଛି ।
ଲେଖା ଯାଇଥିବା ଚିଠିରେ କୁହାଯାଇଛି ଯେ ୬ ତାରିଖ ଦିନ ସମସ୍ତ ବରିଷ୍ଠ ଅଧିକାରୀ ଟିକା ଗ୍ରହଣ କରିବେ । ଏଥିସହ ବରିଷ୍ଠ ଅଧିକାରୀମାନେ ଟିକା ନେବା ପରେ ଫଟୋ ସହିତ ଟୁଇଟ୍ କରିବେ । ଏହି ଟିକା ସୁରକ୍ଷିତ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେମାନେ ଜଣାଇବେ ।ଏହାଫଳରେ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ଏବଂ ଆତ୍ମବିଶ୍ୱାସ ସୃଷ୍ଟି ହେବ ଏବଂ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆବଶ୍ୟକୀୟ ଗତି ପାଇବ ବୋଲି କୁହାଯାଇଛି ।