ନେତାଜୀ ବସ୍ ଟର୍ମିନାଲକୁ ଗ୍ରୀନ୍ ସିଗ୍ ନାଲ

142

କଟକ: କଟକ ନେତାଜୀ ବସ୍ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ । ଖାନନଗରରେ ବସ୍ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ପଲିସ ନିଷ୍ପତ୍ତି । ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ଅନ୍ତରୀଣ ସ୍ଥିତାବସ୍ଥାକୁ ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି । ଗତ ୨ତାରିଖରେ ସ୍ଥିତାବସ୍ଥା ଜାରି କରିଥିଲେ ହାଇକୋର୍ଟ । ଦେବସ୍ଥଳୀ ଭାଙ୍ଗିବାର ଯୋଜନା ନଥିବା ଜବାବ ରଖିଛନ୍ତି କଟକ ଜିଲ୍ଲାପାଳ । ଟର୍ମିନାଲକୁ ନେଇ ଦାୟର ହୋଇଥିଲା ୩ଟି ମାମଲା । ୩ଟି ମାମଲାର ଏକତ୍ର ଶୁଣାଣି ହୋଇଛି । ପ୍ରଥମ ମାମଲାଟି ଶ୍ମଶାନ କାଳୀମନ୍ଦିର ଜମିକୁ ନେଇ ଦାୟର ହୋଇଥିଲା । ଅନ୍ୟ ଦୁଇ ମାମଲା ବସ୍ ଟର୍ମିନାଲକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହୋଇଥିଲା ।

Leave A Reply

Your email address will not be published.