ଅବହେଳିତ ଅବସ୍ଥାରେ ହନୁ ମଂଚେଶ୍ୱର ଶୈବପୀଠ

163

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଲେଖନପୁର ଗ୍ରାମରେ ହନୁ ମଂଚେଶ୍ୱର ଶୈବପୀଠ ଅବସ୍ଥିତ। ଏହା ଏକ ପାହାଡ ପାଦ ଦେଶରେ ଅବସ୍ଥିତ। ଏହି ମନ୍ଦିର ପାଶ୍ୱର୍ ଦେଇ କୂଳୁକୂଳୁ ହୋଇ ବହିଯାଉଛି ପବିତ୍ର ବିରୂପା ନଦୀର ଜଳରାଶି। ଏହି ଛୋଟ ପାହଡରେ ସବୁଜ ତରୁଲାତା ବନାନୀ ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରୁଛି। ଏଠାରେ ପ୍ରକୃତିର ମନୋରମ ପରିବେଶକୁ ଉପଭୋଗ କରିବାପାଇଁ ଦୂର ଦୂରାନ୍ତରୁ ଧାଇଁ ଆସିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। କିମ୍ବଦନ୍ତି ଅନୁଯାୟୀ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଦ୍ୱାରା ଏଠାରେ ଏକ ଶିବଲିଙ୍ଗ ସ୍ଥା୍ପନ ହୋଇଥିଲା। କଥିତ ଅଛି ଅନଙ୍ଗଭୀମ ଦେବ ଓ ଚୋଡଗଙ୍ଗଦେବ ରାଜୁତି ସମୟରେ ଏଠାରେ ମନ୍ଦିର ନିର୍ମାଣ ହୋଇଥିଲା। ଏଠାରେ ଦୋଳପୂର୍ଣ୍ଣିମା ତିଥିରେ ଦୋଳଉତ୍ସବ ଓ ମେଳନ ଅନୁଷ୍ଠିତ ହୋଇଥାଏ। ଏହି ପୀଠର ମହାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ସୁଦ୍ଧା ଏହାର ପୁନରୁଦ୍ଧାର ତଥା ମରାମତି ଆବଶୟକତା ଲୋକେ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ସ୍ଥାନଟିକୁ ପର୍ଯ୍ୟଟନ ସ୍ଥାଳୀରୂପେ ମାନ୍ୟତା ପ୍ରଦାନ କରିବାକୁ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.