ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନ

157

ନୂଆଦିଲ୍ଲୀ/ଭୁବନେଶ୍ୱର : କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ ଆୱାର୍ଡ ପ୍ରଦାନ କରାଯାଇଥିଲା । ହକି ଇଣ୍ଡିଆରେ ଓଡ଼ିଶାର ଅବଦାନ, ହକି ବିଶ୍ୱକପ ଆୟୋଜନ ଏବଂ ଏହାକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଇଣ୍ଡିଆ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୱାଡର଼୍ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍‌ ରବିକାନ୍ତ ।

ସେହିପରି ହକି ଇଣ୍ଡିଆର ପରଗଦ ସିଂହ ଆୱାଡର଼୍ ଫର୍‌ ଡିଫେଣ୍ଡର ଅଫ୍‌ ଦି ଇୟର ୨୦୨୧ର ମହିଳା କାଟାଗୋରୀରେ ଦୀପଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହକି ଇଣ୍ଡିଆର ପରଗଦ ସିଂହ ଆୱାଡର଼୍ ଫର୍‌ ଡିଫେଣ୍ଡର ଅଫ୍‌ ଦି ଇୟର ୨୦୨୧ର ପୁରୁଷ କାଟାଗୋରୀରେ ଅମିତ ରୋହି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଯୋଗ ଦେଇଥିଲେ ।

ଅନୁରାଗ ଠାକୁର କହିଥିଲେ ଯେ, ହକି ବିଶ୍ୱକପର ସଫଳ ଆୟୋଜନ କରିଛି ଓଡ଼ିଶା । ପୁରୁଷ ଟିମ୍‌ ଏବଂ ମହିଳା ଟିମ୍‌ ଖୁବ୍‌ ପ୍ରସଂଶନୀୟ ପ୍ରଦର୍ଶନ କରୁଛନ୍ତି । ଜୁନିଅର ଟିମ୍‌ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ, ହକି ବର୍ତ୍ତମାନ କେବଳ ପଞ୍ଜାବ ହରିୟଣା ରେ ସୀମିତ ନାହିଁ । ଓଡ଼ିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡରୁ ଆରମ୍ଭ କରି ସମଗ୍ର ଦେଶରୁ ହକି ଖେଳାଳି ଆସୁଛନ୍ତି ।

Leave A Reply

Your email address will not be published.