କେମିତି ଝଲସିବ ଶ୍ରୀକ୍ଷେତ୍ର: ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ

164

ପୁରୀ: ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବକୁ ଚୂଡ଼ାନ୍ତ କଲା ଶ୍ରୀମନ୍ଦିର ପରିଚାଳନା କମିଟି । କେତେକ ସଂଶୋଧନ ସହ ଏହି ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର କହିଛନ୍ତି । ଆଜି ପରିଚାଳନା କମିଟି ବୈଠକ ପରେ ସେ କହିଛନ୍ତି ଯେ ସେବାୟତ, ମଠ ଓ ପୁରୀବାସୀଙ୍କ ପାଇଁ ଆଜି ପ୍ରକଳ୍ପ ଏହି ପର୍ଯ୍ୟାୟରେ ପହଞ୍ଚିଛି । ସମୁଦାୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇଛି । ୧-ଐତିହ୍ୟ କରିଡର,୨-ଅଭ୍ୟର୍ଥନା କକ୍ଷ, ୩-ମୌଳିକ ସୁବିଧା,୪-ଉକ୍ରଳୀୟ ଶୈଳୀରେ ଭଙ୍ଗା ମଠର ପୁନର୍ବିକାଶ କରାଯିବ ।

ଆସନ୍ତା ଜୁନ ୧ରୁ ଐତିହ୍ୟ କରିଡର କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପକୁ ସବୁଜ ସଂକେତ ଦେଇଥିଲେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୮୦୦ କୋଟି ଟଙ୍କା ଅନୁମୋଦନ କରିଥିଲେ । ସୂଚନାଯୋଗ୍ୟ ଯେ, ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସ୍ପି କନୱର ବିଶାଲ ସିଂଙ୍କ ସମେତ ୧୮ଜଣ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିବା ବେଳେ କେମିତି ରହିବ ଶ୍ରୀମନ୍ଦିରଠାରୁ ୭୫ ମିଟର ପରିସର ସେଥିନେଇ ପ୍ରଶାସନ ପକ୍ଷରୁ ଫଟୋ ଜାରି କରାଯାଇଥିବା ବେଳେ ଉନ୍ନୟନମୂଳକ କାର୍ଯ୍ୟ କିଭଳି ହେବ ସେଥିନେଇ ନକ୍ସା ମଧ୍ୟ ଜାରି କରାଯାଇଛି ।

Leave A Reply

Your email address will not be published.