ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

158

ମାଲକାନଗିରି: ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ହନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ । ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ  ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରୁ ବିପୁଳ ପରିମାଣର ବି ସ୍ଫୋରକ ପାଇଥିଲେ । ମାଓବାଦୀ ମାନେ ଜଙ୍ଘଲ ମଧ୍ୟରେ  ଗୋଟିଏ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ  ସବୁ ରଖାଯାଇଥିଲା । ଉକ୍ତ  ବ୍ୟାଗରେ ୨ ଟି ପ୍ରେସର ମାଇନ ,ଗୋଟିଏ  ଟିଫିନ ବୋମା, ମେଡ଼ିସିନ, ବେଲ୍ଟ,ଡ୍ରେସ ସାବୁନ, ଓ ନୀତିଦିନ ବ୍ୟବହାର ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ!ସେ ସବୁ ବିସ୍ଫୋରକ ଜିନିଷ  ଜବତ କରିବା ପରେ   ତୁରନ୍ତ ସେଠାରେ ବିଏସଏଫ ର ବମ ସ୍କ୍ୱାର୍ଡ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ । କିଛି ଦିନ ଧରି ସ୍ଵାଭିମାନ ଅଞ୍ଚଳରେ ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ତେଣୁ ଏହି ବୋମା  ଯବାନଙ୍କ ଉଦେଶ୍ୟରେ ଲଗାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.