ପାରଳାଖେମୁଣ୍ଡି : ଆନ୍ଧ୍ରକୁ ଚାଲାଣ ବେଳେ ଗଜପତି ଜିଲ୍ଲା କାଶୀନଗର ପୋଲିସ ପକ୍ଷରୁ ବିପୁଳ ପରିମାଣର କାଠ ଜବତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଏକ ପୋଲିସ ଟିମ୍ ଗତ କାଲି ରାତ୍ର ସମୟରେ ପେଟ୍ରୋଲିଂ କରିବା ବେଳେ ଖାରଡା ଗ୍ରାମ ନିକଟସ୍ଥ ଗାଇବା ଠାରୁ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଥିବା ଏକ ୪୦୭ ଗାଡି ନଂ. ଏପି ୩୦ ୬୬୪୮କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏଥିରୁ ୧୧୮ ସିଏଫଟିର ୯୦ଖଣ୍ଡ ସାଇଜର ଶାଳ କାଠ ଦେଖିବାକୁ ପାଇଥିଲେ । ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ । ଏହି ମାମଲା ପୋଲିସ ବନ ବିଭାଗକୁ ହସ୍ତାନ୍ତର କରିଥିବାବେଳେ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇ ୨୬/୨୧ରେ ଏକ ଫରେଷ୍ଟ ମାମଲା ରୁଜୁ ହୋଇଥିବାର ଫରେଷ୍ଟ ରେଞ୍ଚର ଅରୁଣ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.