ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ବିଜେପିର ଚକାଜାମ ଆନ୍ଦୋଳନ, ଶହ ଶହ ଯାନବାହନ ଅଟକିଲା

156

ବୌଦ୍ଧ:  ଚାଷୀମାନଙ୍କ ସମସ୍ୟା ଏବଂ ଧାନର ଅଭାବୀ ବିକ୍ରୀ କୁ ନେଇ ବିଜେପି ପକ୍ଷରୁ ଆଜି  ଚକାଜାମ ଆନ୍ଦୋଳନ କରାଯାଇଛି । ଚାଷୀମାନଙ୍କ ସମସ୍ୟା ସମାଧାନ କରାନଯିବା ଏବଂ ପଶ୍ଚିମ ଓଡିଶାରେ ସରକାର ଚାଷୀଙ୍କ ଧାନ ଉଠାଉନଥିବାରୁ ସର୍ବତ୍ର ଧାନର ଅଭାବୀ ବିକ୍ରୀ ଦେଖାଦେଇଛି ଏହା ସହିତ ଅନ୍ୟାନ୍ୟ ଚାଷୀ ସମସ୍ୟା ନେଇ ବିଜେପି ପକ୍ଷରୁ ଆଜି  ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ୩ଘଂଟିଆ ଚକାଜାମ ଆନ୍ଦୋଳନ କରାଯାଇଛି । ଜିଲାର ବୌଦ୍ଧ ସହର ସମତେ ମନମୁଣ୍ଡା ଓ ପଲସାଗୁଡା ଠାରେ ଏହି ଚକାଜାମ ଆନ୍ଦୋଳନ କରାଯିବା ଫଳରେ ଶହଶହ ଯାନବାହାନ ଅଟକି ରହିଥିଲା । ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖାଯାଇଥିଲା । ବୌଦ୍ଧ ଜିଲାରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଏହି ୩ଘଂଟିଆ ଚକାଯାମ କରାଯାଇଥିଲା । ମାତ୍ର ଏହି ଚକାଯାମ ଆନ୍ଦୋଳନ ରୁ ସମସ୍ତ ଅତ୍ୟାବଶକିୟ ଓ ବାହାଘର ଯାନବାହାନକୁ ବାଦ ଦିଆଯାଇଥିଲା । ଏନେଇ ବିଜେପି ଜିଲା ସଭାପତି ବିପ୍ର ଚରଣ ମହାନ୍ତି ସୂଚନା ଜାରି କରିଛନ୍ତି । ରାଜ୍ୟ ସରକାର ଯଥାଶିଘ୍ର ଚାଷୀମାନଙ୍କ ସମସ୍ୟା ଏବଂ ଧାନ ବିକ୍ରୀ ସମସ୍ୟାର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବରିଷ୍ଠ ବିଜେପି ନେତା ସୁସାନ୍ତ ପ୍ରଧାନ କହିଛନ୍ତି । ବୌଦ୍ଧ ଠାରେ ବିଜେପି ନେତା ସୁସାନ୍ତ ପ୍ରଧାନ, ମନମୁଣ୍ଡା ଠାରେ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ଏବଂ ପଲସାଗୁଡା ଠାରେ ରାଜ୍ୟ ଯୁବ ମୋର୍ଚ୍ଚାର ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.