କୋଲନରା: ସମସ୍ତେ ଜାଣନ୍ତି ପିଇବା ପାଣି ପାଇଁ ସମସ୍ତଙ୍କ ମୌଳିକ ଅଧିକାର ଅଛି । ପ୍ରତ୍ୟେକ ଗାଁ ଗାଁ ରେ ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳଯୋଗାଣ ବିଭାଗ ଦ୍ଵାରା ପିଇବା ପାଣିର ବ୍ୟବସ୍ଥା କରିଛନ୍ତି । କିନ୍ତୁ କେତେକ ସ୍ଥାନରେ ଲୋକମାନେ ପିଇବା ପାଣି ପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । କିଛି ଗ୍ରାମରେ ଟଙ୍କା ନ ଦେଲେ ନଳକୂପ ମରାମତି କରିବା ପାଇଁ ଚାନ୍ଦ ଆଦାୟ କରି ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି । ଟଙ୍କା ନାହିଁ ତ ପାଣି ନାହିଁ । ଏହାର ଉଦାହରଣ ଶୁଣିବାକୁ ମିଳୁଛି ରାୟଗଡ଼ା ଜିଲ୍ଲା ରେଖାପଦର ଗ୍ରାମ ପଞ୍ଚାୟତ ଚେଙ୍ଗଲି ଗ୍ରାମରେ । ଗ୍ରାମରେ ସର୍ବମୋଟ ପ୍ରାୟ ୪୮ ପରିବାରରୁ ୪୦୦ ଜଣ ଆବାଳ ବୃଦ୍ଧ ବନିତା ଠାରୁ ଯୁବକ ଯୁବତୀ ବସବାସ କରୁଥିବା ଜଣାପଡ଼ିଛି । ଗ୍ରାମରେ ପାଞ୍ଚଟି ନାଳକୁ ଥିବାବେଳେ ଗୋଟିଏ ନଳକୂପ ଖରାପ ହୋଇ ପଡ଼ିଛି । ଅନ୍ୟ ତିନୋଟି ନଳକୂପରୁ ଦୁଇଟି କାଦୁଅ ପାଣି ବାହାରୁଛି । ଆଉ ଗୋଟିଏ ନଳକୂପ ଭଲ ପାଣି ବାହାରୁଛି କିନ୍ତୁ ବହୁତ ସମୟ ମାରିଲେ ଟିକିଏ ଟିକିଏ ପାଣି ବାହାରିଥାଏ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ସୋଲାର ପାଣିର ବ୍ୟବସ୍ଥା କରିବାପାଇଁ ଗ୍ରାମରେ ଚୟନ ହେଇଛି । ଯେଉଁ ଠିକାଦାର କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ନେଇଥିଲେ । ଚେଙ୍ଗଲି ଗ୍ରାମ ବାସୀ ଙ୍କୁ ପାଣି ଯୋଗାଇ ଦେବାକୁ ଆସି ସବୁ ନଳକୂପ କାଢ଼ି ଦେଇ ଚାଲିଗଲେ । ଆଜକୁ ପ୍ରାୟ ନଅ ମାସ ବିତିଯାଇଥିଲେ ମଧ୍ୟ କାହାର ଦେଖା ମିଳୁନାହିଁ । ଏଥିରୁ ଜଣା ପଡୁଥିବ କେତେ ଚଳଚଞ୍ଚଳ କାର୍ଯ୍ୟ କରୁଥିବ ପଞ୍ଚାୟତ ସମିତି ପାନୀୟ ଜଳଯୋଗାଣ ବିଭାଗ । ପାନୀୟ ଜଳ ସହ ନିତି ଦିନିଆ ପାଣି ସାରିବାକୁ ନାହିଁ ନ ଥିବା ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପାନୀୟ ଜଳର ସମସ୍ୟା ନେଇ ପାନୀୟ ଜଳଯୋଗାଣ ନିର୍ବାହୀ ଅଧିକାରୀ କୋଲନରା ଙ୍କୁ ଜଣେଇବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଅଳ୍ପ ଦିନ ରେ ପାନୀୟ ଜଳର ସମାଧାନ କରିବା ନାହିଁ ତେବେ ଜିଲ୍ଲା ପ୍ରଶାସନଙ୍କ ଦ୍ଵାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ସମ୍ପର୍କରେ ପାନୀୟ ଜଳଯୋଗାଣ ନିର୍ବାହୀ ଅଧିକାରୀ କୋଲନରା ଶୁଭ ଦର୍ଶିନୀ ପଟ୍ଟନାୟକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ବିଚ୍ଛିନ୍ନ ହେଇଥିଲା ।
Sign in
Sign in
Recover your password.
A password will be e-mailed to you.