୨୮ ଦିନରେ ଭାରତ କୋଭିଡ-୧୯ ବିରୋଧରେ ପ୍ରାୟ ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରିଛି
-୮ଟି ରାଜ୍ୟ ୪ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କର ଟିକାକରଣ କରାଇଛନ୍ତି
ନୂଆଦିଲ୍ଲୀ: କୋଭିଡ-୧୯ ବିରୋଧରେ ଲଢ଼େଇ ସ୍ୱରୂପ ଭାରତ ପାଖାପାଖି ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରାଇଛି ।
୨୦୨୧ ଫେବ୍ରୁଆରୀ ୧୩ ସୁଦ୍ଧା, ସକାଳ ୮ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କୋଭିଡ-ଫ୧୯ ଟିକାକରଣ କାର୍ୟ୍ୟ କ୍ରମରେ ୭୯,୬୭,୬୪୭ ହିତାଧିକାରୀ ଟିକା ଗ୍ରହଣ କରିଛନ୍ତି ।
ଏମାନଙ୍କ ମଧ୍ୟରୁ ୫୯,୦୯,୧୩୬୫ସ୍ୱାସ୍ଥ୍ୟ କର୍ମୀ ହୋଇଥିବା ବେଳେ ୨୦,୫୮,୫୧୧୨ ଜଣ ହେଉଛନ୍ତି ଫଂଟଲାଇନ ୱାର୍କର । ଏ ପର୍ଯ୍ୟନ୍ତ ୧,୬୪,୭୮୧ଟି ସେସନ ଅନୁଷ୍ଠିତ ହୋଇସାରିଲାଣି ।
ଟିକାକରଣ ଅଭିଯାନର ୨୮ତମ ଦିନ (୨୦୨୧ ଫେବୃଆରୀ ୧୨)ରେ ୪,୬୨,୬୩୭ ହିତାଧିକାରୀ (୯୪,୧୬୦ ସ୍ୱାସ୍ଥ୍ୟକର୍ମୀ ଓ ୩,୬୮,୪୭୭ ଫଂଟଲାଇନ ୱାର୍କର)ଙ୍କର ୧୦,୪୧୧ ସେସନରେ ଟିକାକରଣ ହୋଇଛି ।
ଦୈନିକ ଟିକା ନେଉଥିବା ହିତାଧିକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କରୋନା ଟିକା ନେଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରେ ୮ଟି ରାଜ୍ୟର ଅଂଶ ୬୦% (୫୯.୭୦%) ରହିଛି । ଏହି ୮ଟି ରାଜ୍ୟ ୪.୦୦,୦୦୦ରୁ ଅଧିକ ଲେଖାଏଁ ହିତାଧିକାରୀଙ୍କର ଟିକାକରଣ କରାଇଛନ୍ତି । ମୋଟ ହିତାଧିକାରୀଙ୍କ ମଧ୍ୟରେ ଏକାକୀ ଉତ୍ତରପ୍ରଦେଶର ଭାଗ ୧୦.୮୦% (୮,୫୮,୬୦୨ ହିତାଧିକାରୀ) ରହିଛି ।
ଗତ ୨୪ଘଂଟାରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଥିବା ଦୈନିକ କରୋନା ମୃତ୍ୟୁ ଚିତ୍ରରୁ ଦେଖିବାକୁ ମିଳିଛି କରୋନା ମୃତ୍ୟୁରେ ଆଖିଦୃଶିଆ ହ୍ରାସ ଘଟିଛି । ୧୭ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ କୌଣସି ନୂଆ କରୋନା ମୃତ୍ୟୁ ହୋଇ ନ ଥିବା ବେଳେ ୧୩ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ୧-୫ନୂଆ ମୃତ୍ୟୁ ଘଟିଛି ।
ଗତ ୨୪ ଘଂଟାରେ ନୂଆ କରୋନା ମୃତ୍ୟୁ ଦେଖି ନ ଥିବା ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରେ ତେଲଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ପୁଡୁଚେରି, ଚଣ୍ଡିଗଡ଼, ନାଗାଲାଣ୍ଡ, ଆସାମ, ମଣିପୁର, ସିକ୍କିମ, ମେଘାଳୟ, ଲଦାଖ (ୟୁଟି), ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଲାକ୍ଷାଦ୍ୱୀପ, ଅରୁଣାଚଳ ପ୍ରଦେଶ ଏବଂ ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ରହିଛନ୍ତି ।
ଭାରତର ମୋଟ ସକ୍ରିୟ ମାମଲା ଏବେ ୧.୩୬ଲକ୍ଷ (୧,୩୬,୫୭୧) ରହିଛି । ଭାରତର ମୋଟ କରୋନା ମାମଲାରେ ସକ୍ରିୟ ମାମଲା ମାତ୍ର ୧.୨୫% ରହିଛି ।
ଏ ପର୍ୟ୍ୟନ୍ତ ମୋଟ ୧.୦୬କୋଟି (୧,୦୬,୦୦,୬୨୫) ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇସାରିଲେଣି । ଗତ ୨୪ ଘଂଟାରେ ୧୧,୩୯୫ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଜାତୀୟ ଆରୋଗ୍ୟ ହାର ଏବେ ୯୭.୩୨% ରହିଛି ।
ଦିନକରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ମଧ୍ୟରେ ୬ଟି ରାଜ୍ୟରୁ ୮୧.୯୩% ରହିଛନ୍ତି । ଦିନକରେ କେରଳରେ ସର୍ବାଧିକ ୫,୩୩୨ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ରରେ ୨୪ଘଂଟାରେ ୨,୪୨୨ ଲୋକ ସୁସ୍ଥ ହୋଇଥିବା ବେଳେ ତାମିଲନାଡୁରେ ୪୮୬ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୨,୧୪୩ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ମୋଟ ନୂଆ ମାମଲା ମଧ୍ୟରୁ ୮୬.୦୧% ୬ଟି ରାଜ୍ୟରେ ରହିଛନ୍ତି ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ୫,୩୯୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ୩,୬୭୦ ଚିହ୍ନଟ ହୋଇଛନ୍ତି । ସେହିଭଳି ତାମିଲନାଡୁରେ ୪୮୩ ନୂଆ ମାମଲା ସାମ୍ନାକୁ ଆସିଛି ।
ଗତ ୨୪ଘଂଟାରେ ଦେଶରେ ୧୦୩ କରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି । ନୂଆ କରୋନା ମୃତ୍ୟୁରେ ୬ଟି ରାଜ୍ୟର ଅଂଶ ୮୦.୫୮% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୬ଜଣ ପ୍ରାଣ ହରାଇଥିବା ବେଳେ କେରଳରେ ୧୮, କର୍ଣ୍ଣାଟକ ଓ ପଞ୍ଜାବରେ ୮ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।