ଆଉ ମାତ୍ର ୪ ଦିନ ପରେ ଭକ୍ତ ସହ ଭଗବାନଙ୍କ ହେବ ମହାମିଳନ

142

ପୁରୀ: ଆଉ ମାତ୍ର 4ଦିନ ପରେ ଭକ୍ତ ସହ ଭଗବାନଙ୍କ ହେବ ମହାମିଳନ।୨୩ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ କେବଳ ପୁରୀ ସହରବାସୀ। ପୌରପାଳିକା ପକ୍ଷରୁ ୱାର୍ଡ ୱାରୀ ଟୋକନ୍ ବ୍ୟବସ୍ଥା ହେବ। ଶୃଙ୍ଖଳିତ ଭାବେ କୋଭିଡ୍ ୧୯ କଟକଣାକୁ ପାଳନ କରି ସହରବାସୀ କରିବେ ଦର୍ଶନ। ପ୍ରଶାସନ ପକ୍ଷରୁ ଏଥିପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା।ଅନ୍ୟପଟରେ ପୁରୀ ଜିଲ୍ଲାରେ ଥିବା ସମସ୍ତ ବଡବଡ ମନ୍ଦିର ଖୋଲିବ। ତହସିଲଦାର, ଆଇଆଇସି, ମନ୍ଦିର ଟ୍ରଷ୍ଟି ସମସ୍ତଙ୍କୁ ନେଇ ବୈଠକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ କୋଭିଡ୍ କଟକଣାକୁ ନେଇ କରାଯାଉଥିବା ଏସଓପି ନେଇ ଭକ୍ତ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦୀର୍ଘ ୯ମାସର ଅପେକ୍ଷା ପରେ ଶେଷରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ । କାହାକୁ ମିଳିବ ଦର୍ଶନ ସୁଯୋଗ, ତାହାର ତାଲିକା କରିବେ ମୋ ଧାମ ମୋ ଗର୍ବରେ କାର୍ଯ୍ଯରତ ସ୍ୱଚ୍ଛସାଥି।ଘରଘର ବୁଲି ସେମାନେ ବାଣ୍ଟିବେ କାଳିଆ ଦର୍ଶନ ନେଇ ସ୍ୱତନ୍ତ୍ର ଟୋକନ୍। ବିନା ଟୋକନରେ କାଳିଆ ଦର୍ଶନ ମନା। ପ୍ରଶାସନ କରିବ ଟୋକନ ବ୍ୟବସ୍ଥା। ପ୍ରାଥମିକ ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ଲାଗି ଦିଆଯିବ ସୁଯୋଗ। ସହରର ୩୨ ଟି ୱାର୍ଡରେ ସ୍ୱଚ୍ଛସାଥି ମାନଙ୍କ ଦ୍ୱାରା ଭକ୍ତଙ୍କ ତାଲିକା ପ୍ରସ୍ତୁତ କରାଯିବା ସହ ତାଲିକା ଭୁକ୍ତ ଭକ୍ତଙ୍କୁ ଟୋକନ୍ ଦେବା ପାଇଁ ମଧ୍ୟ କରାଯିବ ବ୍ଯବସ୍ଥା। ଶ୍ରୀଜଗନ୍ନାଥ ବଲ୍ଲଭରେ ରହିବ ଅନ୍ୟ ଏକ କାଉଣ୍ଟର। ଡ଼ିସେମ୍ବର ୨୩ ରୁ ୩୧ ପର୍ଯ୍ୟନ୍ତ ଦୈନିକ ୪ ରୁ ୫ ଟି ୱାର୍ଡର ଲୋକ ଦର୍ଶନ କରିବା ନେଇ ଚାଲିଛି ଆଲୋଚନା। ଖୁବଶୀଘ୍ର ପ୍ରସ୍ତୁତ ହେବ ସହରବାସୀଙ୍କ ପାଇଁ ପ୍ରତି ୱର୍ଡରେ ଦର୍ଶନାର୍ଥିଙ୍କ ତାଲିକା। ତାଲିକା ଭୁକ୍ତ ଦର୍ଶନାର୍ଥିଙ୍କୁ ଟୋକନ ଦେବା ବ୍ଯବସ୍ଥା କରାଯିବ।ଦର୍ଶନ ବ୍ୟବସ୍ଥାକୁ ଦେଖିଲା ପରେ ଯେଉଁ ସବୁ ତ୍ରୁଟି ଆସିବ ତାର ନିରାକରଣ କରି ଜାନୁୟାରୀ ୩ ରୁ କରାଯିବ ସର୍ଵ ସାଧାରଣ ଦର୍ଶନ।

ଖୋଲିବ ଶ୍ରୀମନ୍ଦିର ଆଉ ମିଳିବ ଜଗାର ଦର୍ଶନ । ଆସନ୍ତା 23 ତାରିଖରୁ ପ୍ରାଥମିକ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ଲୋକଙ୍କୁ ଦର୍ଶନ ମିଳିବା ସହ ପରବର୍ତ୍ତୀ ସମୟରେ କେବଳ ପୁରୀ ସହରବାସୀଙ୍କୁ ମିଳିବ ଦର୍ଶନର ସୁବିଧା। କିନ୍ତୁ ତମାମ୍ ଦର୍ଶନ ବ୍ୟବସ୍ଥା ହେବ କୋଭିଡ୍ କଟକଣା ଭିତରେ। ରତ୍ନସିଂହାସନ ଉପରେ ଚର୍ମଚକ୍ଷୁରେ ଭକ୍ତ ଶ୍ରଦ୍ଧାଳୁ ମହାବାହୁଙ୍କ ଚକାଆଖିକୁ ଦେଖି କୃତାର୍ଥ ହେବେ। ପୁରୀ ସହରର ସମସ୍ତ 32ଟି wardର ଲୋକମାନେ ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ଶ୍ରୀମନ୍ଦିର ଯିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ତେବେ ଗୋଟିଏ ଗୋଟିଏ wardରେ 5000ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବାରୁ ପ୍ରଶାସନ କିଭଳି ward wise ଦର୍ଶନ ବ୍ୟବସ୍ଥା କରିବ ସେନେଇ ଦେଖାଗଲାଣି ଦ୍ୱନ୍ଦ ଓ ଆଶଙ୍କା। ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ଉତ୍ସାହ ବଢୁଥିବା ବେଳେ କୋଭିଡ କଟକଣାକୁ ନେଇ କରାଯାଉଥିବା ଏସଓପି ଭକ୍ତଙ୍କ ଚିନ୍ତା ବଢ଼ାଇଛି।ତେବେ ପୁରୀବାସୀ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ସହ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ୨୩ରେ ଖୋଲିବାକୁ ଯାଉଥିବାରୁ ସମସ୍ତେ ବେଶ୍ ଖୁସି ଅଛନ୍ତି।

ପ୍ରଥମ ୨-୩ ଦିନ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ଓ ଡିସେମ୍ବର ୩୧ତାରିଖ ରାତି ପର୍ଯ୍ୟନ୍ତ ୱାର୍ଡ ୱାରୀ ପୁରୀ ସହରବାସୀ ଦର୍ଶନ କରିବେ।ଏହା ସଫଳ ହେଲେ ଜାନୁୟାରୀ ୩ରୁ ପ୍ରାରମ୍ଭିକ ଭାବେ ୫୦୦୦ ଭକ୍ତ ଶୃଙ୍ଖଳିତ ଭାବେ ପ୍ରଭୁଙ୍କୁ ଦର୍ଶନ କରିପାରିବେ।

Leave A Reply

Your email address will not be published.