ରାଜ୍ୟରେ ଗୋଟିଏ ଦିନରେ ୧୧୭୩୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪

150

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୭୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୦୨୪୫୫ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୧୦୭୪୦୩ ରହିଛି ।

ଆଜି ଚିହ୍ନଟ ହୋଇଥିବା ୧୧୭୩୨ ଜଣଙ୍କ ମଧ୍ୟରୁ ୬୫୬୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୫୧୬୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୭୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।

ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୭୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୭୨ଜଣ, ବରଗଡ଼ରୁ ୩୬୩ ଜଣ, ଭଦ୍ରକରୁ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୨୭୭, କଟକରୁ ୮୭୦ ଜଣ, ଦେବଗଡ ଜିଲ୍ଲାରୁ ୧୨୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫୩ ଜଣ, ଗଜପତି ଜିଲ୍ଲାରୁ ୭୭, ଗଞ୍ଜାମରୁ ୨୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୩୩୦ ଜଣ, ଯାଜପୁରରୁ ୩୮୩ ଜଣ, ଝାରସୁଗୁଡ଼ାରୁ ୩୯୧ ଜଣ, କଳାହାଣ୍ଡିରୁ ୨୭୪ ଜଣ, କନ୍ଧମାଳ ଜିଲ୍ଲାରୁ ୮୪ ଜଣ. କେନ୍ଦ୍ରାପଡ଼ାରୁ ୧୩୮ ଜଣ, କେନ୍ଦୁଝରରୁ ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୧୭୧୦ ଜଣ, କୋରାପୁଟରୁ ୨୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୪୧୮ ଜଣ, ନବରଙ୍ଗପୁରରୁ ୪୧୭ ଜଣ, ନୟାଗଡ଼ରୁ ୨୬୧ ଜଣ, ନୂଆପଡ଼ାରୁ ୨୨୦ ଜଣ, ପୁରୀରୁ ୩୯୦ ଜଣ, ରାୟଗଡ଼ାରୁ ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୫୩୮ ଜଣ, ସୋନପୁରରୁ ୨୫୫ ଜଣ, ସୁନ୍ଦରଗଡ଼ରୁ ୬୪୧ ଜଣ ଓ ଷ୍ଟେଟ୍ ପୁଲରୁ ୨୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.