ଇତିହାସ ରଚିଲା ଭାରତୀୟ ଦଳ

186

ଅହମ୍ମଦାବାଦ : ଭାରତୀୟ ଦଳ ପ୍ରଥମ ଥର ଟେଷ୍ଟ କ୍ରିକେଟରେ ବଡ ଉପଲବ୍ଧି ହାସଲ କରିଛି । ଏ ପର୍ଯ୍ୟନ୍ତ ଯେଉଁ କାରନାମା ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ କରିଥିଲେ, ସେହି ରେକର୍ଡ ଏବେ ଭାରତୀୟ କ୍ରିକେଟ୍‌ ଦଳ ନିଜ ନାମରେ କରିଛି । ଭାରତୀୟ ଦଳ ଗୋଟିଏ ଟେଷ୍ଟ ଇନିଂସରେ ପ୍ରଥମ ଥର ପ୍ରଥମ ୱିକେଟରୁ ନେଇ ଷଷ୍ଠ ୱିକେଟ୍‌ ପର୍ଯ୍ୟନ୍ତ ସବୁ ଯୋଡି ୫୦ରୁ ଊଦ୍ଧ୍ୱର୍ ରନର ଭାଗିଦାରୀ କରିବାର ରେକର୍ଡ କରିଛି । ଭାରତୀୟ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଓପନିଂଠୁ ନେଇ ଷଷ୍ଠ ୱିକେଟ୍‌ ମଧ୍ୟରେ ଅତି କମରେ ୫୦ ରନର ଭାଗିଦାରୀ କରିଛନ୍ତି । ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ନାମରେ ଏହି ଉପଲବ୍ଧି ଥିଲା ।

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୭୪ ରନର ଭାଗିଦାରୀ ହୋଇଥିଲା । ଏହା ପରେ ଶୁଭମନ ଗିଲ୍‌ ଏବଂ ଚେତେଶ୍ୱର ପୂଜାରା ଦ୍ୱିତୀୟ ୱିକେଟରେ ୧୧୩ ରନ ଯୋଡିଥିଲେ । ପୂଜାରା ଆଉଟ୍‌ ହେବା ପରେ କ୍ରିଜକୁ ଆସିଥିବା ବିରାଟ କୋହଲି ଏବଂ ଗିଲ୍‌ ତୃତୀୟ ୱିକେଟ୍‌ ପାଇଁ ୫୮ ରନ ଯୋଡିଥିଲେ । ଶୁଭମନ ଗିଲ୍‌ ଦମଦାର ଶତକ ଅର୍ଜନ କରି ଆଉଟ୍‌ ହୋଇଥିଲେ । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଚତୁର୍ଥ ୱିକେଟ୍‌ ପାଇଁ ୬୪ ରନର ଭାଗିଦାରୀ କରିଥିଲେ । ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୦ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ରେକର୍ଡ କରିଥିଲା । ପୁଣି ପାକିସ୍ତାନ ବାଂଲାଦେଶ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା ।

Leave A Reply

Your email address will not be published.