ଭାରତରେ ପ୍ରଥମ: ପେପର ଲେସ୍ ହେବ ବଜେଟ୍

147

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୦୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଚଳିତ ବର୍ଷ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍ ହେବ । ଏହାର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଆଟାଜି କିମ୍ବା ଫାଇଲ ଧରି ବଜେଟ ଉପସ୍ଥାପନ କରିବେ ନାହିଁ । ଅର୍ଥ ମନ୍ତ୍ରଣାଳୟ ବଜେଟ୍ ୨୦୨୧ ପୁସ୍ତିକାକୁ ଛାପିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂରା ବଜେଟର ବିଷୟବସ୍ତୁ ପେପର ଲେସ୍ ରହିବ । ସ୍ୱାଧୀନ ଭାରତ ଇତିହାସରେ ପ୍ରଥମଥର ପାଇଁ ବଜେଟ୍ ପୁସ୍ତିକା ଛପାଯିବ ନାହିଁ । ସୂଚନା ଅନୁସାରେ, ବଜେଟ ପୁସ୍ତିକା ଛାପିବା ପାଇଁ ଅନେକ ଲୋକଙ୍କୁ କିଛି ଦିନ ପ୍ରିଣ୍ଟ ହଲରେ ରହିବାକୁ ପଡ଼ିବ । ବଜେଟ ସଂସଦରେ ଉପସ୍ଥାପନ ହେବା ଯାଏ ୧୦୦ରୁ ଅଧିକ ଲୋକ ନର୍ଥ ବ୍ଲକର ବେସମେଣ୍ଟରେ ରହିଥାଆନ୍ତି । କିନ୍ତୁ କରୋନା ଯୋଗୁ ଚଳିତବର୍ଷ ଏହା ସମ୍ଭବପର ନୁହେଁ । ଏହାର ଅର୍ଥ ପ୍ରତିବର୍ଷ ପରି ଏଥର ଆଉ ହାଲୱା ଉତ୍ସବ ପାଳନ ହେବନି । କାରଣ ବଜେଟ୍ ପେପର ପ୍ରିଣ୍ଟିଂ ପୂର୍ବରୁ ଏହି ହାଲୱା କାର୍ଯ୍ୟକ୍ରମ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୦ରୁ ଆରମ୍ଭ ହୋଇଥାଏ । ବଜେଟ୍ ତିଆରିରେ ସାମିଲ ଥିବା ସମସ୍ତ ଲୋକ ଓ ଅଧିକାରୀ ଏଥିରେ ସାମିଲ ହୋଇଥାଆନ୍ତି । ଗତବର୍ଷ ବଜେଟକୁ ବହି-ଖାତାର ବଜେଟ କୁହାଯାଇଥିଲା । କାରଣ ଅର୍ଥମବୀ ପାରମ୍ପରିକ ସୁଟେକସ୍ ବଦଳରେ ବହି ଖାତା ଧରି ବଜେଟ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.