ବାଲେଶ୍ୱର: ଆଇଏସଆଇ ଲିଙ୍କ୍ ତଥା ଦେଶଦ୍ରୋହ ଅପରାଧରେ ଗିରଫ ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏଥି ସହିତ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ ତାଙ୍କୁ ଆହୁରି ୧ ବର୍ଷ ଅଧିକ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
ଏଠାରେ ଉଲ୍ଲେଖଯୋଗ୍ୟ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ଆଇଏସଆଇକୁ ଦେବା ଅଭିଯୋଗରେ ୨୦୧୫ ଜାନୁଆରୀ ୨୨ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଇଶ୍ୱର ପୂର୍ବରୁ କ୍ଷପଣାସ୍ତ୍ର ଘାଟିରେ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ । ତେଶୁ ତାଙ୍କ ନିକଟରେ ଅନେକ ତଥ୍ୟ ରହିଥିଲା । ତେଣୁ ସେ ଆଇଏସଆଇକୁ ଏନେଇ ଆଗୁଆ ତଥ୍ୟ ଦେଉଥିଲେ । ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲା କୋର୍ଟରେ ବିଚାରାଧିନ ଥିଲା ।