୫- ଜି ସେବାକୁ ବର୍ଷେ: ରାଜ୍ୟରେ ସ୍ଥାପନ ହୋଇଛି ୯୭୦୭ ଟାୱାର

135

ଭୁବନେଶ୍ୱର: ଦେଶରେ ୫ ଜିସେବାକୁ ବର୍ଷେ ପୂରଣ ହୋଇସାରିଲାଣି । ଗତବର୍ଷ ଅକ୍ଟୋବର୧ ତାରିଖରେ ନୂଆଦିଲ୍ଲୀରେଅନୁଷ୍ଠିତ ଇଣ୍ଡିଆ ମୋବାଇଲକଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହି ସେବାର ଶୁଭାରମ୍ଭକରିଥିଲେ । ଦେଶର ଅନ୍ୟାନ୍ୟସ୍ଥାନ ସହିତ ଓଡ଼ିଶାର ମୟୂରଭଂଜଜିଲ୍ଲା ପାହାଡ଼ପୁର ଗ୍ରାମରେ ଏହିସେବାର ପରୀକ୍ଷଣ ହୋଇଥିଲା ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରାସ୍ଥାପିତ ବିଦ୍ୟାଳୟରଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କସହିତ ୫ ଜି ପ୍ରଯୁକ୍ତି ମାଧ୍ୟମରେଯୋଡ଼ି ହୋଇଥିଲେ । ତେବେଚଳିତବର୍ଷ ଜାନୁଆରି ୫ତାରିଖରେ ଓଡ଼ିଶାରେ ଆନୁଷ୍ଠାନିକଭାବେ ୫ ଜି ମୋବାଇଲ ସେବାଆରମ୍ଭ ହୋଇଥିଲା ।ଭୁବନେଶ୍ୱରରେ ଆୟୋଜିତ ଏକକାର୍ଯ୍ୟକ୍ରମରେ କେନ୍ଦ୍ରଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଏହି ସେବାକୁ ଆନୁଷ୍ଠାନିକଭାବେ ଆରମ୍ଭ କରିଥିଲେ । ସୀମିତସଂଖ୍ୟକ ଟାୱାରକୁ ନେଇଭୁବନେଶ୍ୱର ଏବଂ କଟକସହରରେ ଏହି ସେବା ଅ ।ରମ୍ଭହୋଇଥିଲା । ତେବେ ପର୍ଯ୍ୟାୟକ୍ରମେଏହି ସେବା ରାଜ୍ୟର ଅନ୍ୟାନ୍ୟସ୍ଥାନକୁ ସଂପ୍ରସାରିତ ହେବାରେଲାଗିଛି । ଓଡ଼ିଶାରେ ୨ଟି ଘରୋଇକମ୍ପାନି ୫ ଜି ମୋବାଇଲ ସେବାପ୍ରଦାନ କରୁଛନ୍ତି । ସେହି ଦୁଇଟିକମ୍ପାନି ହେଲା ରିଲାଏନ୍ସ ଜିଓ ଏବଂଭାରତୀ ଏୟାରଟେଲ ।ଜାନୁଅ ।ରିରେ ସେବା ଅ ।ରମ୍ଭ ଦିନରାଜ୍ୟରେ ଏହି ଦୁଇ କମ୍ପାନି ମୋଟ୬୨୪ଟି ଟାୱାର ବା ବିଟିଏସ୍ସ୍ଥାପନ କରିଥିଲେ । ଚଳିତବର୍ଷଅଗଷ୍ଟ ୨୮ ସୁଦ୍ଧା ଏହି ସଂଖ୍ୟା୯୭୦୯ରେ ପହଞ୍ଚିଛି । ତେବେସଂସଦରେ ଗତ ଜୁଲାଇ ମାସରେଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିନ୍ଚୌହାନ ଦେଇଥିବା ଉତ୍ତରଅନୁଯାୟୀ, ରାଜ୍ୟରେ ୭୭୫୬ଟି୫ ଜି ବିଟିଏସ୍ ସ୍ଥାପନ ହୋଇଛି ।ସେଥିରୁ ଜିଓ ୬୩୪୫ଟି ସ୍ଥାପନକରିଥିବାବେଳେ ଏୟାରଟେଲ୧୪୧୧ଟି ବିଟିଏସ୍ ସ୍ଥାପନକରିଛି । ରାଜ୍ୟର ୨୯ଟି ଜିଲ୍ଲାରେଦୁଇ କମ୍ପାନିର ବିଟିଏସ୍ ରହିଛି ।କିନ୍ତୁ କନ୍ଧମାଳ ଜିଲ୍ଲାରେ କେବଳଜିଓର ବିଟିଏସ୍ ରହିଛି । ଦେଶରେଏହି ସମୟ ସୁଦ୍ଧା କିନ୍ତୁ ୫ ଜିବିଟିଏସ୍ ସଂଖ୍ୟା୩,୩୮,୫୭୨ରେ ପହଞ୍ଚିଛି । ୫ଜି ମୋବାଇଲ ସେବା ଜରିଅ ।ରେକୃଷି, ଶିଳ୍ପ, ଶିକ୍ଷା ଏବଂ ସ୍ୱାସ୍ଥ୍ୟକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନଆସିବ ବୋଲି ପ୍ରଧାନମନ୍ତ୍ରୀ ସୂଚନାଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧାଏହି ସେବାର ସେଭଳି ଉପଯୋଗଦେଖିବାକୁ ମିଳି ପାରିନାହିଁ । ପ୍ରଥମବିଷୟଟି ହେଲା ଏହି ସେବାଯେତିକି ମାତ୍ରାରେ ଲୋକଙ୍କନିକଟରେ ଉପଲବ୍ଧ ହେବା କଥାତାହା ହୋଇପାରୁନାହିଁ । ଗୋଟିଏପଟେ ପର୍ଯ୍ୟାପ୍ତ ସଂଖ୍ୟକ ବିଟିଏସ୍ନରହିବା ଏବଂ ଅନ୍ୟପଟେ ୫ ଜିସେବା ଉପଯୋଗୀ ମୋବାଇଲଫୋନର ମୂଲ୍ୟ ସାଧାରଣ ଲୋକଙ୍କପକେଟକୁ ସୁହାଇବା ଭଳି ମୂଲ୍ୟରେଉପଲବ୍ଧ ନହେବା । ତେଣୁ ଉଭୟଦିଗରୁ ଉନ୍ନତି ଆସିଲେ ହିଁ ୫ ଜିମୋବାଇଲ ପ୍ରଯୁକ୍ତିର ଲାଭସମାଜର ତଳସ୍ତରରେ ଥିବାଲୋକଙ୍କୁ ମିଳିପାରିବ ବୋଲିସାଧାରଣରେ ମତ ପ୍ରକାଶ ପାଇଛି ।ଚଳିତମାସ ୨୬ ତାରିଖରେଇଣ୍ଡିଆ ମୋବାଇଲ କଂଗ୍ରେସଦିଲ୍ଲୀରେ ଆରମ୍ଭ ହେବ । ଉକ୍ତସେବାକୁ ୧ ବର୍ଷ ପୂରଣହୋଇଥିବାରୁ ପ୍ରଧାନମନ୍ତ୍ରୀ କିଛିଠୋସ୍ ପଦକ୍ଷେପ ଘୋଷଣାକରିପାରନ୍ତି ବୋଲି ଆଶାକରାଯାଉଛି ।

Leave A Reply

Your email address will not be published.