ଭଦ୍ରକ: ଶେଷରେ ନେଲେ ଚରମ ନିଷ୍ପତ୍ତି। ନିଜ ପରିବାର ସହ ବିଡିଓଙ୍କ ଦପ୍ତରରେ ଜିଆରଏସଙ୍କ ଆତ୍ମାହୁତି ଉଦ୍ୟମ । ପରିବାରର ଭରଣପୋଷଣରେ ଅସମର୍ଥ ହୋଇ ଶେଷରେ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ପାଇଁ ବାଛିଥିଲେ ଶେଷ ରାସ୍ତା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା । ଏପରି ଏକ ଲୋମ ହର୍ଷଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ । ବ୍ଲକର ଗୁଆଗଡିଆ ପଞ୍ଚାୟତର ଜି.ଆର.ଏସ ଉତ୍କଳ ମଳିକ ଦରମା ଦାବୀରେ ଆତ୍ମାହୂତି ଉଦ୍ୟମ। ଆଠ ମାସର ଦରମା ଦାବୀରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି। ପୁର୍ବରୁ ଦଶ ମାସର ଦରମା ପାଇ ପାରିନଥିବା ଉତ୍କଳ ବିଜେଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରି କି ଦରମା କରାଇ ଦେବାକୁ କହି ବିଡ଼ିଓ ଦଶ ହଜାର ଟଙ୍କା ମାରିବା ସହ ଠେଲା ପେଲା କରିବାକୁ ନେଇ ଉତ୍କଳ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ଦଶ ମାସର ଦରମା ବଦଳରେ ଦୁଇ ମାସର ଦରମା ପ୍ରଦାନ କରିଥିଲେ । ବକେୟା ଆଠମାସର ଦରମା ପାଇବା ଆଶା ମଉଳିବା ପରେ ନିଜ ପରିବାର ସହ ଆତ୍ମାହୁତି ଶେଷ ରାସ୍ତା ବୋଲି ଚରମ ନିଷ୍ପତ୍ତି ନେଇଥିଲେ । ଏ ନେଇ ପ୍ରତିକ୍ରୀୟା ପାଇଁ ବାସୁଦେବପୁର ବିଡ଼ିଓ ପ୍ରଣବ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇପାରି ନ ଥିଲା ।
Sign in
Sign in
Recover your password.
A password will be e-mailed to you.