ମାନବାଧିକାର କମିଶନର ଅଧ୍ୟକ୍ଷ ହେଲେ ଜଷ୍ଟିସ ବିଜୟକୃଷ୍ଣ ପଟେଲ

219

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ଗଣେସି ଲାଲ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କମିଟି ଏହି ପଦ ପାଇଁ ଜଷ୍ଟିସ ପଟେଲଙ୍କ ନାମ ସୁପାରିଶ କରିଥିଲେ। ଜଷ୍ଟିସ ବିଜୟକୃଷ୍ଣ ପଟେଲ ୨୦୦୮ ରୁ ୨୦୧୫ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଜଷ୍ଟିସ ବିପି ଦାସଙ୍କ ଅବସର ପରେ ନଭେମ୍ବର ୧୪ ରୁ ଓଏଚଆରସି ବା ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ପଦ ଖାଲି ଥିଲା।

Leave A Reply

Your email address will not be published.