ଖାକିରେ ଦାଗ : ୪ ଅଭିୟୁକ୍ତ ଗିରଫ

150

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ନିକଟରେ ଗଂଞ୍ଜେଇ ଚୋରା ଚାଲାଣ ସଂମ୍ପୃକ୍ତି ନେଇ ହରଡଘଣାରେ ତିନି ହୋମଗାର୍ଡ । ଅର୍ଥ ଲୋଭରେ ଗଂଞ୍ଜେଇ ଗାଡିକୁ ପାସ୍ କରିବା ପଡିଲା ମହାଙ୍ଗା । ତିନି ହୋମଗାର୍ଡ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ହୋମ ଗାର୍ଡମାନେ ହେଲେ ପ୍ରସାଦ କୁମ୍ଭାର, ଗୋପବନ୍ଧୁ ଗଉଡ, ଜି କ୍ରିଷ୍ଣା ରାଓ । ଏହି ହୋମଗାର୍ଡ ମଧ୍ୟରୁ ଜଣେ ଗୁଣୁପୁର ଥାନାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁମୁଡା ଫାଣ୍ଡିରେ କାର୍ଯ୍ୟ କରୁଥିବା ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ବ୍ୟକ୍ତି ଅନିଲ୍ କୁମାର ଗଉଡକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ ।

୪ ଲକ୍ଷ ୭୦ ହଜାର ଟଙ୍କା ଲାଞ୍ଚର ଡିଲ୍ରେ ଗଂଞ୍ଜେଇ ଗାଡିକୁ ଛଡାଯାଇଥିଲା । ଗଜପତୀ ଅଞ୍ଚଳରୁ ଏହି ଗାଡି ରାୟଗଡା ଅଭିମୁଖେ ଯାଇଥିଲା । ମେ ୧୭ ତାରିଖରେ ଏହି ଘଟଣା ଘଟିଥିଲା । ଜଣେ ଅଭିଯୁକ୍ତ ଠାରୁ ୧ ଲକ୍ଷ ଟଙ୍କା ସିଜ୍ କରିବା ସହ ଅନ୍ୟ ଜଣେ ହୋମଗାର୍ଡ ପାସ୍ ବୁକ୍ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ଆକାଉଣ୍ଟ ସିଜ୍ କରିଛି ପୋଲିସ୍ । ଆଉ ବଳକା ଟଙ୍କା ଅଭିଯୁକ୍ତ ମାନେ ଖର୍ଚ କରିଥିବା ସ୍ବିକାର କରିଛନ୍ତି । ଏ ନେଇ ସୁଚନା ଦେଇଛନ୍ତି ଗୁଣୁପୁର ପୋଲିସ୍ ଏସ୍ଡିପିଓ ଅଜୟ କୁମାର ବାରିକ । ଲକ୍ଡାଉନ୍ର ସୁଯୋଗରେ ପୋଲିସ୍ର ଏଭଳି କାର୍ଯ୍ୟକୁ ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.