ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ନେଇ ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଖଣ୍ଡିଗୁଡା ଗ୍ରାମବାସୀ

568

ଜୟପୁର: ଅନୁସୁଚିତ ଜାତି ଓ ଜନ ଜାବୀ ବିଭାଗ ତରଫରୁ ପ୍ରତି ବ୍ଲକରେ ଗୋଟିଏ ଲେଖାଁଏ ଏକଲବ୍ୟ ବିଦ୍ୟାଳୟ ନର୍ମାଣ ପାଇଁ ଯୋଜନା ରହିଛି । ଆଜି ବୋରିଗୁମ୍ମାର ବ୍ଲକ ଆଉଲି ପଂଚାୟତର ଖଣ୍ଡିଗୁଡା ଗ୍ରାମର ଶହ ଶହ ଗ୍ରାମବାସୀ ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ଉଚ୍ଚ ବିଦ୍ୟାଳୟ ନଥିବା ବେଳେ ଦୀର୍ଘ ବର୍ଷ ଧରି ଗ୍ରାମର ପିଲା ମାନଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି । ତେଣୁ ଖଣ୍ଡିଗୁଡା ଗ୍ରାମରେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହେଉ ବୋଲି ଯିଦ ଧରି ବସିଛନ୍ତି ଗ୍ରାମବାସୀ । ଏନେଇ ଏକ ଦାବି ପତ୍ର ଉପ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ କିଛି ଦଲାଲା ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରି ସହ ସଲା ସୁତୁରା କରି ଏହି ବିଦ୍ୟାଳୟ ଅନ୍ୟତ୍ର ନିର୍ମାଣ ନେଇ ଷଡଯନ୍ତ୍ର୍ ହେଉଥିବା ନେଇ ଅଭିଯୋଗ ହୋଇଛି ।

ବୋରିଗୁମ୍ମା ବ୍ଲକର ଖଣ୍ଡିଗୁଡା ଠାରେ ୨୦.୪୮ ଏକର ଜାଗା ଚିହ୍ନଟ ହୋଇଛି । ଟେଣ୍ଡର ମଧ୍ୟ ସରିଛି । ୨ ଥର ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରି ଜାଗା ନିରୀକ୍ଷଣ କରିଥିଲେ । ହେଲେ ୧ ବର୍ଷ ବିତି ଯାଇଥିଲେ ବି ଆରମ୍ଭ ହୋଇପାରି ନାହିଁ ନିର୍ମାଣ କାର୍ଯ୍ୟ । ସେ ପଟେ ଦିର୍ଘ ୯ ମାସ ଧରି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ଅନେକ ଥର ଏହି ବିଦୟାଳୟର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନେଇ ଖଣ୍ଡିଗୁଡା ଗ୍ରାମବାସୀ ଲିଖିତ ଭାବେ ଦାବୀ କରିଛନ୍ତି । ଏସବୁ ସତ୍ୱେ ମଧ୍ୟ ପ୍ରଶାସନ ଚୁପ ରହିଛି । ଦୀର୍ଘ ୯ ମାସ ଧରି ଖଣ୍ଡିଗୁଡା ଗ୍ରାମବାସୀ ନିଜର ସଂଘର୍ଷ ଜାରି ରଖିଛନ୍ତି । ଖଣ୍ଡିଗୁଡା ମୌଜାରେ ଥିବା ୨୦ ଏକରରୁ ଉର୍ଦ୍ଧ ସରକାରୀ ଉନ୍ନୟନ ଯୋଜନା ଯୋଗ୍ୟ ଜାଗାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ପ୍ରକ୍ରିଆ ଆରମ୍ଭ ହୋଇ ସାରିଥିଲା । କିନ୍ତୁ ପରବର୍ତୀ ସମୟରେ ଜାଗା ଚିହ୍ନଟର ପ୍ରଥମ ପର୍ଯ୍ୟାୟରେ ଉକ୍ତ ସ୍ଥାନରେ ୨୦ ଏକର ରୁ ଅଧକ ସରକାରୀ ଜାଗା ଥିବା ସତ୍ୱେ କେବଳ ୧୩ ଏକର ଜାଗା ଥିବା ତଥ୍ୟ ଦେଖାଇ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଆବଶ୍ୟକ ୧୫ ଏକର ଜାଗା ନଥିବା ତଥ୍ୟ ଦେଇ ଉକ୍ତ ବିଦ୍ୟାଳୟ କୁ ଅଳା ଗ୍ରାମର ଏକ ଗୋଚର ଜାଗାରେ ନିର୍ମାଣ କରିବାର ଯୋଜନା କରାଯାଉଛି । ଖଣ୍ଡିଗୁଡା ଅଂଚଳର ଜିଲାର ଶେଷ ହୋଇଥିବା ବେଳେ ଆଦିବାସୀ ପରିବାର ବସବାସ କରନ୍ତି । ଏହି ଅଂଚଳର ଅଧିକାଂଶ ଛାତ୍ର ଛାତ୍ରୀ ପ୍ରଥମିକ ଶିକ୍ଷା ପରେ ଶିକ୍ଷା ଗ୍ରହଣ କରିବାରୁ ବଂଚିତ ହେଉଛନ୍ତି । ତେଣୁ ଏହି ବିଦ୍ୟାଳୟ ଖଣ୍ଡିଗୁଡାରେ ସ୍ଥାପନ କଲେ ବୋରିଗୁମ୍ମା ବ୍ଲକର ଅନ୍ତର୍ଗତ ଶିକ୍ଷା କ୍ଷେତ୍ରରେ ସବୁ ଠାରୁ ପଛୁଆ ଥିବା ଆଉଁଳି ଓ ଜୁଝାରି ପଂଚାୟତର ସମସ୍ତ ଗରିବ ଅଦିବାସି ଛାତ୍ର ଛାତ୍ରୀ ଉକ୍ତ ବିଦ୍ୟାଳୟର ପ୍ରଭାବରେ ଆସି ଉଚ୍ଚ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତେ ବୋଲି ଓାର୍ଡ ମେମ୍ବର ଡାଳିମ୍ବ ହରିଜନ, ଦେବ ଜାନି ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.