ମହାଶିବରାତ୍ରୀ ୨୦୨୩: ମନସ୍କାମନା ପୂର୍ଣ୍ଣ ପାଇଁ ନିଜ ରାଶି ଅନୁସାରେ ଏପରି କରନ୍ତୁ ଜାଗର ପୂଜା

184

ଆଜି ହେଉଛି ପବିତ୍ର ମହା ଶିବରାତ୍ରୀ। ଏପରି ବିଶ୍ୱାସ ରହିଛି ଯେ ଆଜିର ଦିନରେ ଆପଣ ଶିବ ପୂଜା କରି ନିଜ ମନସ୍କାମନା ପୂର୍ଣ୍ଣ କରି ପାରିବେ। ଖାସ ସେଥି ପାଇଁ ହିଁ ଆଜିର ଦିନରେ ସମସ୍ତ ଭକ୍ତ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତି। ତେବେ ନିଜ ରାଶି ଅନୁସାରେ ମଧ୍ୟ ଶିବ ପୂଜା କରିବାର ଏକ ବିଧି ରହିଛି। ପୁରାଣ ଅନୁସାରେ ନିଜ ରାଶି ଅନୁସାରେ ଆଜିର ଦିନରେ ପୂଜା ବିଧି ଅନୁଯାୟୀ ପୂଜା କଲେ ସମସ୍ତ ପ୍ରକାର ମାନସିକ ପୂରଣ ହୁଏ ବୋଲି ବିଶ୍ବାସ ରହିଛି।

ମେଷ ରାଶି:

ମେଷ ରାଶିର ବ୍ୟକ୍ତିମାନେ ଜଳରେ କ୍ଷୀର ଓ ମହୁ ମିଶାଇ ଶିବଲିଙ୍ଗର ଅଭିଷେକ କରନ୍ତୁ। ଚିନି କିମ୍ବା ଗୁଡ଼ରେ ତିଆରି ମିଠା ଶିବଙ୍କୁ ଲଗାନ୍ତୁ। ମନର ସବୁ ଇଚ୍ଛା ପୂର୍ଣ୍ଣ ହେବ।

ବୃଷ ରାଶି ଏପରି ପୂଜା କରନ୍ତୁ:
ଆଜି ହେଉଛି ଜାଗର, ମହା ଶିବରାତ୍ରୀ। ଆଜିର ଦିନରେ ବୃଷ ରାଶିର ବ୍ୟକ୍ତିମାନେ ଦହି ଓ ଆଖୁ ରସରେ ପ୍ରଭୁ ଶିବଙ୍କୁ ଅଭିଷେକ କରନ୍ତୁ। ଏହା ସହିତ ହିଁ ପ୍ରଭୁଙ୍କ ବାହନ ନନ୍ଦୀଙ୍କୁ ଖାଇବାକୁ ଦିଅନ୍ତୁ।
ଅଶୁଭ ଗ୍ରହ ଦୋଷରୁ ରକ୍ଷା ପାଇବେ।

ମିଥୁନ ରାଶି:
ସୁଖ ଜୀବନ ପାଇଁ କ୍ଷୀର କିମ୍ବା ଘିଅରେ ମହୁ ମିଶାଇ ଶିବ ଲିଙ୍ଗର ଅଭିଷେକ କରନ୍ତୁ। ଆଜିର ଦିନରେ କେଶରରେ ତିଆରି ହୋଇଥିବା ମିଠା ପ୍ରଭୁ ଶିବଙ୍କୁ ଅର୍ପଣ କରନ୍ତୁ।

କର୍କଟ ରାଶି:
ଧନ, ସମ୍ପତି ଓ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସୁଦ୍ଧ ଘିଅରେ ଶିବ ଲିଙ୍ଗଙ୍କ ଅଭିଷେକ କରନ୍ତୁ। ଶିବଲିଙ୍ଗ ଉପରେ ଚନ୍ଦନ ଓ ଚାଉଳ ଅର୍ପଣ କରନ୍ତୁ।

lord Shiba puja
Picture credit – dailyO

ସିଂହ ରାଶି:
ଶିବ ଲିଙ୍ଗକୁ ଡାଳିମ୍ବ ରସରେ ଅଭିଷେକ କରନ୍ତୁ। ଶିବରାତ୍ରି ଦିନ ଅର୍ଥାତ୍ ଆଜି ରାତିରେ ଶିବ ଲିଙ୍ଗ ନିକଟରେ ଘିଅରେ ଦୀପ ଜାଳନ୍ତୁ।

କନ୍ୟା ରାଶି:
ନିଜ କ୍ୟାରିଅର ଓ ବାଣିଜ୍ୟ ପାଇଁ ଆଜି ଶିବଙ୍କୁ ଆଖୁ ରସରେ ଅଭିଷେକ କରନ୍ତୁ। ଏହା ସହିତ ବେଲ ପତ୍ର ଓ ଧାତୁରା ଚଢ଼ାନ୍ତୁ।

ତୁଳା ରାଶି:
ସମସ୍ତ ମନସ୍କାମନା ପୂରଣ ପାଇଁ ଗଙ୍ଗାଜଳରେ ଶିବ ଲିଙ୍ଗଙ୍କୁ ଅଭିଷେକ କରନ୍ତୁ।

ବିଛା ରାଶି:
ଶିବ ଲିଙ୍ଗଙ୍କୁ ଆଜି ଆପଣ କ୍ଷୀରରେ ଅଭିଷେକ କରନ୍ତୁ। ୧୦୮ ବେଲପତ୍ର ଶିବଙ୍କୁ ଚଢ଼ାନ୍ତୁ। ଏପରି କରିବା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।

ଧନୁ ରାଶି:
ଧନୁ ରାଶିର ବ୍ୟକ୍ତିମାନେ ନିଜ ଭାଗ୍ୟଦ୍ୟୋୟ କରିବା ପାଇଁ କ୍ଷୀରରେ କେଶର ମିଶାଇ ଶିବ ଲିଙ୍ଗ ଅଭିଷେକ କରନ୍ତୁ। ବେଲ ପତ୍ର ଓ ଅରଖ ଫୁଲରେ ଶିବଙ୍କୁ ଅର୍ପଣ କରନ୍ତୁ।

ମକର ରାଶି:

ସୁଖ ଓ ସୌଭାଗ୍ୟ ପାଇଁ କ୍ଷୀରରେ କଳା ରାଶି ମିଶାଇ ଅଭିଷେକ କରନ୍ତୁ। ଏହା ସହିତ ଭାଙ୍ଗ ଓ ଧାତୁରା ଶିବଙ୍କୁ ଚଢ଼ାନ୍ତୁ।

କୁମ୍ଭ ରାଶି:
ସୁଖୀ ଜୀବନ ପାଇଁ କ୍ଷୀରରେ କେଶର ମିଶାଇ ଶିବ ଲିଙ୍ଗରେ ଚଢ଼ାନ୍ତୁ। ଏମିତିକି ସମି ଫୁଲ ମଧ୍ୟ ଶିବଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଶାରୀରିକ କଷ୍ଟରୁ ରକ୍ଷା ପାଇବେ।
ମୀନା ରାଶି:
ନଡ଼ିଆ ପାଣିରେ ଆପଣ ଶିବ ଲିଙ୍ଗ ଅଭିଷେକ କରନ୍ତୁ। ଶିବ ଲିଙ୍ଗ ଉପରେ ଚାଉଳ ଓ ଚନ୍ଦନ ଲଗାନ୍ତୁ। ଏପରି ଭାବେ ଆଜି ନିଜ ରାଶି ଅନୁସାରେ ମହାଦେବଙ୍କୁ ଅଭିଷେକ କରନ୍ତୁ। ଏହା ଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ।

Leave A Reply

Your email address will not be published.