୨ କୋଟି ଟଙ୍କାର ହରିଲୁଟ୍ ଅଭିଯୋଗ ନେଇ ଦେଢ ବର୍ଷ ଧରି ଭିଜିଲାନ୍ସ ନିରବ

188

ରାଉରକେଲା : ରାଉରକେଲା ସେଂଟ୍ରାଲ ପାର୍କରେ ହୋଇଥିବା ପାଖା ପାଖି ୨କୋଟି ଟଙ୍କାର ଦୁର୍ନୀତିକୁ ନେଇ ଭିଜିଲାନ୍ସ ବିଭାଗ ଦେଢ ବର୍ଷ କାଳ ନିରବ ରହିବା ପରେ ବିରୋଧୀ କଂଗ୍ରେସ ଓ ବିଜେପି ଏହି ଘଟଣାରେ ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହରିଲୁଟ ଲାଗି ଦାୟୀ ବୋଲି ଅଭିଯୋଗ କରିବା ସହ ତୁରନ୍ତ ମାମଲାର ତଦନ୍ତ କରି ଦୋଷୀକୁ ବାନ୍ଧିବା ଲାଗି ଦାବି କରାଯାଇଛି । ସେପଟେ ଭିଜିଲାନ୍ସର ସ୍ଥାନୀୟ ଡିଏସପି ବିରେନ୍ଦ୍ର ନାୟକ କହିଛନ୍ତି, ଦେଢ ବର୍ଷ ହେଲା ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି ଯାଇଥିଲା କୌଣସି ଉତର ନଆସିବାରୁ ତଦନ୍ତ ହୋଇପାରିନି, ଚିଠି ଆସିଲେ ତଦନ୍ତ ହେବ ।

ରାଉରକେଲା ସହରର ଛେଣ୍ଡ ଠାରେ ଥିବା ସେଂଟ୍ରାଲ ପାର୍କର ନବୀକରଣ ଲାଗି ସେ ସମୟରେ ଆରଡିଏ ତରଫରୁ କୋଟିଏ ୮୦ ଲକ୍ଷ ଖର୍ଚ୍ଚ କରାଯାଇଥିଲା । ସେଠାରେ ବୋଟିଂ, ଖେଳ କୁଦ ଲାଗି ଏହି ଖର୍ଚ୍ଚ ହୋଇଥିଲା । ହେଲେ ଗୋଟାଏ ଗାତ ଖୋଳ ଗଲା, ସେଥିରେ କିଛି ପିଲା ବୁଡିକି ମଲେ, କିନ୍ତୁ ଆଜିଯାଏ ବୋଟ୍ ଦେଖା ଗଲାନି । ଜଣେ ବ୍ଲାକ ଲିଷ୍ଟ ହୋଇଥିବା ଠିକାଦାରଙ୍କ ଦ୍ୱାରା ଏସବୁ କାମ କରାଗଲା । ସେ ସମୟରେ ବର୍ତମାନର ବିଜେଡି ବିଧାୟକ ସାରଦା ନାୟକ ଆରଡିଏର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ ଓ ତତ୍କାଳିନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଯିଏକି ନିଜ ଘରସଜ୍ଜାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାର ଅଭିଯୋଗ ହୋଇଥିଲା । ସେ ଆରଡିଏର ସଚିବ ଦାୟିତ୍ୱରେ ଥିଲେ । ଜଣେ ନିୟମିତ ହୋଇ ନଥିବା ଜେଇ ମଧ୍ୟ ଆରଡିଏରେ ଏସବୁ କାମର ଦାୟିତ୍ୱରେ ଥିଲେ, ଯାହାଙ୍କୁ କରିତକର୍ମା ବୋଲି କୁହାଯାଏ । ତେବେ ଦେଢ ବର୍ଷ ତଳେ କଂଗ୍ରେସ ନେତା ରଶ୍ମି ରଞ୍ଜନ ପାଢୀ ଓ ଜିଲ୍ଲା କଂଗ୍ରେସ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ସହ ଏତଲା ମଧ୍ୟ ଦେଇଥିଲେ । ବିଜେପି ମଧ୍ୟ ସ୍ୱର ଉତୋଳନ କରିଥିଲା । ହେଲେ କୌଣସି ତଦନ୍ତ ହେଲା ନାହିଁ ।

ବର୍ତମାନ ସେହି ଯାଗାରେ ପୁଣି ୨୫ କୋଟି ଖର୍ଚ୍ଚ ହେବ ଓ ପାର୍କର ଉନ୍ନତିକରଣ ହେବ ବୋଲି କୁହାଯିବାରୁ ପୁରୁଣା ହରିଲୁଟକୁ ତଦନ୍ତ କରି ଦୋଷୀକୁ ଧରାଯାଉ ତା ପରେ ନୂଆ କାମ ହେଉ ବୋଲି ବିଜେପି ଓ କଂଗ୍ରେସ ଭିଜିଲାନ୍ସ ନିକଟରେ ଦାବି କରିଛନ୍ତି । ଏହାଛଡା ସେମାନେ କହିଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ବିଧାୟକ ସାରଦା ବାବୁଙ୍କୁ ଆରଡିଏ ଅଧ୍ୟକ୍ଷ କରିଥିଲେ, ତାଙ୍କ ସମୟରେ ଏସବୁ ହରିଲୁଟ୍ ହୋଇଛି, ଏନେଇ ମନ୍ତ୍ରୀ ପ୍ରତାପ ଜେନା, ବିଭାଗୀୟ ସଚିବ, ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଦାୟୀ କରାନଜିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏନେଇ ବିଧାୟକ ସାରଦା ବାବୁ କେତେକ ମିଡିଆକୁ କହିଛନ୍ତି, ଯେଉଁ ତଦନ୍ତ ହେଲେ ତାଙ୍କର ଆପତି ନାହିଁ । ସେପଟେ ଭିଜିଲାନ୍ସର କହିବା ଅନୁଶାରେ, ତଦନ୍ତ ଲାଗି ଚିଠିଯାଇଥିଲା ଉତର ଆସିଲାନି । ସେ ସମୟର ନିର୍ଦ୍ଦେଶକଙ୍କର ନିକଟରେ ଦେହାନ୍ତ ହୋଇଛି , ତେଣୁ ସେ ସିନା କିଛି କହିପାରିବେନି କିନ୍ତୁ ଫାଇଲ ସତ କହିବ,ଏହା ଛଡା ଇଂଟରନେଟ ଯୁଗରେ ଚିଠି ଜିବା ଆସିବା ଲାଗି ଦେଢ ବର୍ଷ କେମିତି ଲାଗୁଛି ସରକାରଙ୍କର ଏ କିଭଳି ବ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଯଦି ଏହାକୁ ଧରାଯାଏ ତେବେ ରାଉରକେଲାରେ ଭିଜିଲାନ୍ସ ବିଭାଗର ମୂଳ ଲକ୍ଷ୍ୟ ଆଦୌ ଭଲ ନୁହେଁ ବୋଲି କୁହାଯାଇପାରିବ । ତେଣୁ, ବର୍ତମାନର ଭିଜିଲାନ୍ସ ମୁଖ୍ୟ ଏନେଇ ସମ୍ପୂର୍ଣ୍ଣ ତଦନ୍ତ କରିବା ସହ ରାଉରକେଲା ଭିଜିଲାନ୍ସରେ ରହିଥିବା ସମସ୍ୟାର ସମାଧାନ କରି ଭିଜିଲାନ୍ସର ସମ୍ମାନ ରକ୍ଷା କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.