ବ୍ରହ୍ମପୁର : ୪ ମହଲାରେ ଥିବା ସ୍କାଏଲାଇଟ ଦେଇ ଭିତରେ ପଶିଲେ। ଏହା ପରେ ଭିତରେ କଳାକନା ବୁଲାଇ ଦେଢ଼ ଲକ୍ଷ ଟଙ୍କା ନଗଦ ଓ ୪ ଶହ ଗ୍ରାମ ସୁନା ଲୁଟି ନେଲେ। ପ୍ରମାଣ ନଷ୍ଟ କରିବା ଲାଗି ସିସିଟିଭି ସଂଯୋଗ ମଧ୍ୟ କାଟି ଦେଲେ। ଅଭିନବ ଉପାୟରେ ଏପରି ଠକେଇ ଗତରାତିରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ହୋଇଥିବା ବେଳେ ଏହା ଏବେ ପୁଲିସ୍ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି। ସୂଚନା ଅନୁଯାୟୀ, ବଡ଼ବଜାର ଅଞ୍ଚଳରେ ଥିବା କେଶବ ଜୁଏଲର୍ସରୁ ଗତ ରାତିରେ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ୪ ଶହ ଗ୍ରାମ ସୁନା ଚୋରି ହୋଇଛି। ଲୁଟେରାମାନେ ପ୍ରଥମେ ବିଲ୍ଡିଂର ସିସିଟିଭି ସଂଯୋଗ କାଟି ଦେଇଥିଲେ। ପରେ ଚତୁର୍ଥ ମହଲାକୁ ଉଠି ଯାଇ ସେଠାରେ ଲାଗିଥିବା ଲୁହା ସ୍କାଏଲାଇଟ ତାଡ଼ି ଭିତରେ ପଶିଥିଲେ । ଏହାପରେ ତୃତୀୟ ମହଲାରେ ଥିବା କ୍ୟାଶ କାଉଣ୍ଟରରୁ ନଗଦ ଟଙ୍କା ଓ ସୁନା ଲୁଟିଥିଲେ। ପରେ ଯେଉଁ ସ୍କାଏଲାଇଟ ଦେଇ ପଶିଥିଲେ, ସେହି ସ୍କାଏଲାଇଟ ଦେଇ ବାହାରି ଯାଇଥିଲେ।। ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍ପି, ଏସ୍ଡିପିଓଙ୍କ ସମେତ ଟିମ୍ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ମିଳିପାରିନି।
Sign in
Sign in
Recover your password.
A password will be e-mailed to you.