ପୁରୀ: ଆସନ୍ତା ୧୯ ରେ ମାଘ ସପ୍ତମୀ । ଚନ୍ଦ୍ରଭାଗା ବୁଡ଼ । ଏନେଇ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରୀ କରାଯାଇଛି । ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି ।
ଏନେଇ ୧୮ ତାରିଖ ଦିନ ୧୧ଟା ଠାରୁ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ତେବେ ତିନି ଠାକୁରଙ୍କ ଶୋଭାଯାତ୍ରା, ମହାସ୍ନାନ ଓ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।