ବଲାଙ୍ଗିର: ବଲାଙ୍ଗିର ଦିନିକିଆ ଗସ୍ତରେ ଆସି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି । ସକାଳେ ପ୍ରଥମେ ବଲାଙ୍ଗିର ପିପି ଏକାଡ଼େମୀ ସ୍କୁଲରେ ପହଂଚିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପରେ ଶିକ୍ଷକଙ୍କ ସହିତ କଥା ହୋଇଥିଲେ । ସେହିପରି ସହରର ପି.ଆର. ହାଇସ୍କୁଲର ସ୍ଥିତି ପରଖିଥିଲେ ମନ୍ତ୍ରୀ । ସ୍କୁଲ ଖୋଲିବା ପରେ ପାଠପଢ଼ା କେମିତି ଚାଲିଛି ସେ ସମ୍ପର୍କରେ ପଚାରି ବୁଝିଥିଲେ ।
ବିଭିନ୍ନ ସ୍କୁଲ ପରେ ମଧ୍ୟାହ୍ନରେ ମହିଳା ମହାବିଦ୍ୟାଳୟରେ ପହଂଚିଥିଲେ । କଲେଜରେ କରୋନା କଟକଣାକୁ ଅନୁପାଳନ ଓ ପାଠପଢ଼ା କେମିତି ଚାଲିଛି ସେ ସମ୍ପର୍କରେ କଲେଜ କର୍ତୃପକ୍ଷଙ୍କ ଠାରୁ ପଚାରି ବୁଝିଥିଲେ ମନ୍ତ୍ରୀ । ଏହି ଗସ୍ତ କାଳରେ କଲେଜରେ ଦୁଇ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ସେ ଜାଣିବାକୁ ପାଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ କାହିଁକି ବିନା ନୋଟିସ୍ ରେ ଉପସ୍ଥିତ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସନ୍ତୋଷଜନକ ଉତର ନମିଳିବାରୁ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।