ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଘାଟିରୁ ୧ ଟନ୍ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ପଟାଙ୍ଗିରୁ ଜୟପୁର ଦେଇ ଅନ୍ୟ ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଜୟପୁର ଘାଟିରେ ସଦର ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ହେବ । ଗିରଫ ଅଭିଯୁକ୍ତ ନିକଟରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ ।
Sign in
Sign in
Recover your password.
A password will be e-mailed to you.