୨୦ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା ଭାରତ ପାଇଁ ଏକ ରେକର୍ଡ

177
ନୂଆଦିଲ୍ଲୀ:  କୋଭିଡ-୧୯ ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ରେକର୍ଡ କରିପାରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୪୦,୭୯୪ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୨୦ କୋଟି(୨୦,୦୬,୭୨,୫୮୯)ର ମାଇଲଖୁଣ୍ଟ ଅତିକ୍ରମ କରିପାରିଛି ।
ନମୁନା ପରୀକ୍ଷାର ଏହି ସଂଖ୍ୟା କେବଳ ଦେଶବ୍ୟାପୀ ଲାବୋରେଟାରୀର ସମ୍ପ୍ରସାରଣ ଯୋଗୁ ସମ୍ଭବ ହୋଇପାରିଛି । ଦେଶରେ ୧୨୧୪ ସରକାରୀ ଲାବୋରେଟାରୀ ଓ ୧୧୫୫ ଘରୋଇ ଲାବୋରେଟାରୀକୁ ମିଶାଇ ମୋଟ ୨୩୬୯ ଟି ଲାବୋରେଟାରୀରେ ଦୈନିକ ନମୁନା ପରୀକ୍ଷାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରିଛି ।
ଦେଶରେ ପଜିଟିଭିଟି ହାର କ୍ରମେ ହ୍ରାସ ପାଇବାରେ ଲାଗିଛି ଏବଂ ଏହା ଏବେ୫.୩୯% ରହିଛି ।ସମନ୍ୱିତ ଭାବେ ଉଚ୍ଚ ହାରରେ ନମୁନା ପରୀକ୍ଷା ହେଉଥିବାରୁ ଜାତୀୟ ପଜିଟିଭିଟି ହାର ହ୍ରାସ ପାଇବାରେ ଲାଗିଛି ।ଦୈନିକ ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ପଜିଟିଭିଟି ହାର କମ୍ ରହିଛି ।
ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା ନିମ୍ନମୁଖୀ ହେବାରେ ଲାଗିଛି । ଏହା ଆଜି ୧.୫ ଲକ୍ଷ (୧.୪୮.୫୯୦) କୁ ହ୍ରାସ ପାଇଛି ଏବଂ ୮ ମାସରେ ଏହା କମ୍ ।ଏବେ ଦେଶରେ ମୋଟ କରୋନା ମାମଲାର ମାତ୍ର ୧.୩୭% ରହିଛି ସକ୍ରିୟ କରୋନା ମାମଲା ।
ବିଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତୁ୍ୟସଂଖ୍ୟା ଶହେରୁ କମ୍ (୯୫) ରହିଛି ।
୨୦୨୧ ଫେବ୍ରୁଆରୀ ୬ ସକାଳ ୮ ଟା ସୁଦ୍ଧା ଦେଶବ୍ୟାପୀ ଟିକାକରଣ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା ୫୪ ଲକ୍ଷ (୫୪,୧୬,୮୪୯) କୁ ଅତିକ୍ରମ କରିଛି ।ଦୈନିକ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ି ଚାଲିବା ଏହାର ଅଗ୍ରଗତିକୁ ଦର୍ଶାଉଛି ।
କୋଭିଡ-୧୯ ଟିକାକରଣ ସଂଖ୍ୟା 5 ନିୟୁତରେ ପହଞ୍ଚିବା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ରୁତତମ । ମାତ୍ର ୨୧ ଦିନରେ ଏହି ସଫଳତା ହାସଲ ହୋଇଛି । କୋଭିଡ-୧୯ଟିକାକରଣ କ୍ଷେତ୍ରରେ ୬୦ ଦିନ ତଳୁ ଅନେକ ରାଷ୍ଟ୍ର ଏହି ଅଭିଯାନ ଆରମ୍ଭ କରିଛନ୍ତି । ଦେଶବ୍ୟାପୀ ବିଗତ ୨୪ ଘଣ୍ଟାରେ ୧୦,୫୦୨ ସେସନରେ ୪,୫୭,୪୦୪ ହିତାଧିକାରୀଙ୍କ ଟିକାକରଣ ହୋଇଛି । ଏ ପର୍ଯ୍ୟନ୍ତ ମୋଟ ୧,୦୬,୩୦୩ ସେସନ୍ ହୋଇପାରିଛି । ଟିକାକରଣ ହୋଇଥିବା ହିତାଧିକାରୀଙ୍କ ମଧ୍ୟରେ ୩,୦୧,୫୩୭ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୧,୫୫,୮୬୭ ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି ।
ଭାରତରେ ଦୈନିକ କରୋନାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହୋଇଥିବା ବେଳେ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୁସ୍ଥତା ହାର ୯୭.୧୯%ରେ ପହଞ୍ଚିଛି । ମୋଟ ୧,୦୫,୧୦,୭୯୬  ଜଣ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୪,୪୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ନୂଆ ସୁସ୍ଥଙ୍କ ମଧ୍ୟରେ ୮୨.୦୭%  ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।  ଗୋଟିଏ ଦିନରେ ସର୍ବାଧିକ ୬୬୫୩ ଜଣ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୫୭୩ ଜଣ ଏବଂ ତାମିଲନାଡ଼ୁରେ ୫୦୬ ଜଣ ସୁସ୍ଥ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୩.୩% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୬୧୦ ଜଣ ଆକ୍ରାନ୍ତ ଆସିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ ୨୬୨୮ ଏବଂ ତାମିଲନାଡ଼ୁରେ ୪୮୯ ଜଣ ଆକ୍ରାନ୍ତ ହୋଇଛନ୍ତି ।
ନୂଆ ମୃତ୍ୟୁ ମଧ୍ୟରୁ ୮୧.୦୫%  ହୋଇଛି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ କେରଳରେ ୧୯ ଜଣ ଏବଂ ଛତିଶଗଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୨ ଟି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ରହିଛି ।
Leave A Reply

Your email address will not be published.