୧୮-୪୪ ବୟସ ବର୍ଗର ୪୨ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି

154

-୧୮-୪୪ ବୟସ ବର୍ଗର ୪୨ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି
-ଗତ ପାଂଚ ଦିନ ଧରି ଲଗାତର ଚତୁର୍ଥ ଥର ପାଇଁ ୨୪ ଘଂଟାରେ ସୁସ୍ଥ ସଂଖ୍ୟା ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି
-ଗତ ୨୪ ଘଂଟାରେ ସକ୍ରିୟ ମାମଲା ସଂଖ୍ୟା ୩୧,୦୯୧ ହ୍ରାସ ହୋଇଛି
-କୋଭିଡ-୧୯ ବିରୋଧୀ ଲଢେଇ ପାଇଁ ମିଳୁଥିବା ଆନ୍ତର୍ଜାତିକ ରିଲିଫ ସାମଗ୍ରୀ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଯଥାଶୀଘ୍ର ଆବଂଟିତ କରାଯାଉଛି

ନୂଆଦିଲ୍ଲୀ : ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ସମୁଦାୟ ୧୮କୋଟିରୁ ଅଧିକ କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୦୨,୪୩୫ ସେସନରେ ସମୁଦାୟ ୧୮,୦୪,୫୭,୫୭୯ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୨୭,୬୫୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୨୨,୦୪୦ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୩,୬୫,୮୭୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୧,୪୯,୬୧୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୪୨,୫୮,୭୫୬ ହିତାଧିକାରୀ (ପ୍ରଥମ ଡୋଜ), ୫,୬୮,୦୫,୭୭୨ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୭,୫୬,୩୧୩ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୩,୧୭,୬୪୬ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୫,୫୩,୯୧୮ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି ।

ଗତ ୨୪ ଘଂଟାରେ ୧୮- ୪୪ ବୟସ ବର୍ଗର ୩,୨୮,୨୧୬ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୨ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳରେ ସମୁଦାୟ ୪୨,୫୮,୭୫୬ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

Leave A Reply

Your email address will not be published.