ଲଙ୍ଗ ଜମ୍ପ୍ ମାରିଲେ ଡିକକ୍: ତଳକୁ ଖସିଲେ କୋହଲି

134

ନୂଆଦିଲ୍ଲୀ, ୧୮ା୧୦: ଆଇସିସି ଦିନିକିଆରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ରୋହିତଶର୍ମା ତାଲିକାର ୬ନମ୍ବରକୁ ଉନ୍ନୀତ ହୋଇଛନ୍ତି ।ବିରାଟ କୋହଲି ଅଷ୍ଟମ ସ୍ଥାନ ଥିବାବେଳେଶୁଭମନ ଗିଲ କ୍ରମାଗତ ଦ୍ୱିତୀୟ ସ୍ଥାନରେଅଛନ୍ତି । ବିଶ୍ୱକପର ତିନୋଟି ମ୍ୟାଚରେ ରୋହିତଶର୍ମା ୧୩୧ ଓ ୮୬ ରନର ଇନିଂସ ସ୍କୋରକରିଛନ୍ତି, ଯେଉଁଥିପାଇଁ ସେ ରାଙ୍କିଙ୍ଗରେ ଭଲସ୍ଥାନରେ ଅଛନ୍ତି । ସେହିପରି ବିରାଟ କୋହଲିଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ୮୫ ରନ୍ ଏବଂ ଆଫଗାନିସ୍ତାନ ବିପକ୍ଷରେଅପରାଜିତ ୫୫ ରନ୍ କରିଥିଲେ । ଏଥି ସହିତବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରେ କ୍ରମାଗତଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାରୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ରାଙ୍କିଙ୍ଗରେ ଲଙ୍ଗ ଜମ୍ପ ମାରିଛନ୍ତି । ସେ ଏବେତିନି ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଦକ୍ଷିଣଆଫ୍ରିକାର ରାସି ବେନ୍ ଡର୍ ଡୁସେନ୍ ଚତୁର୍ଥସ୍ଥାନରେ ଏବଂ ଆୟର୍ଲାଣ୍ଡର ହ୍ୟାରି ଟେକ୍ଟର୍ପଞ୍ଚମ ସ୍ଥାନରେ ଅଛନ୍ତି । ଏହି ତାଲିକାରେପାକିସ୍ତାନ ଅଧିନାୟକ ଆଜମ ଅବ୍ୱଲ ଶୀର୍ଷସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ଅଷ୍ଟ୍ରେଲିଆରଡେଭିଡ ୱାର୍ଣ୍ଣର ରୋହିତ ଶର୍ମାଙ୍କ ତଳେ ଅର୍ଥାତସପ୍ତମ ସ୍ଥାନରେ ଏବଂ ପାକିସ୍ତାନର ଇମାମ ଉଲହକ ଏହି ତାଲିକାରେ ଦଶମ ସ୍ଥାନରେ ଅଛନ୍ତି ।ପ୍ରକାଶଥାଉକି ବାବର ଆଜମ ୮୩୬ ରେଟିଂସହ ଦିନିକିଆ ବ୍ୟାଟିଂ ରାଙ୍କିଂରେ ଏକନମ୍ବରରେ ଥିବାବେଳେ ଶୁଭମନ ଗିଲ ୮୧୮ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏଭଳିପରିସ୍ଥିତିରେ ଗିଲ ବାବର ଆଜମଙ୍କୁର୍ୟାଙ୍କିଙ୍ଗରେ ପଛରେ ପକାଇ ବିଶ୍ୱକପରେ ଏକନମ୍ବରରେ ଆସିପାରନ୍ତି । ପ୍ରକାଶଥାଉକି, ମହମ୍ମଦସିରାଜ ଏବଂ କୁଲଦୀପ ଯାଦବ ଦୁଇଜଣଭାରତୀୟ ବୋଲର ଯିଏକି ଦିନିକିଆ ବୋଲିଂରାକିଂରେ ଶ୍ରେଷ୍ଠ-୧୦ରେ ଅଛନ୍ତି । ୬୫୬ରେଟିଂ ସହିତ ସିରାଜ ତୃତୀୟ ସ୍ଥାନରେ ଏବଂକୁଲଦୀପ ୬୪୧ ରେଟିଂ ସହିତ ଅଷ୍ଟମ ସ୍ଥାନରେଅଛନ୍ତି । ର୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ଜୋଶହାଜଲେଉଡ୍ ୬୬୦ ରେଟିଂ ସହିତ ଏକନମ୍ବରରେ ଅଛନ୍ତି । ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡରଟ୍ରେଣ୍ଟ ବୋଲ୍ଟ ୬୫୯ ରେଟିଂ ସହ ଦ୍ୱିତୀୟ ସ୍ଥାନରେଅଛନ୍ତି । ଏହି ତାଲିକାରେ ଆଫଗାନିସ୍ତାନର ରସିଦଖାନ ଚତୁର୍ଥ ସ୍ଥାନରେ ଏବଂ ମୁଜିବ ଉର ରେହମାନପଞ୍ଚମ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.