ଭୁବନେଶ୍ୱର,୨୪ା୧୨ : ବିତ୍ତୀୟ ବ୍ୟବସ୍ଥା ଏବଂ ପରିଚାଳନାରେ ଆଗକୁ ବଢ଼ୁଛି ଓଡ଼ିଶା। ୨୦୧୭-୧୮, ୨୦୨୨- ୨୩ରେ ମୁଣ୍ଡପିଛା ଆୟରେ ସର୍ବାଧିକ ବୃଦ୍ଧି ହୋଇଛି। ପୂର୍ବ ଭାରତରେ ମୁଣ୍ଡପିଛା ଆୟରେ ଓଡ଼ିଶା ଆଗରେ ଥିବା ଲୋକସଭାର ପ୍ରଶ୍ନକାଳ ଉତ୍ତରରୁ ସ୍ପଷ୍ଟ ହୋଇଛି। ରାଜ୍ୟର ଋଣହାର ଦେଶରେ ଖୁବ୍ କମ୍ ରହିଛି। ବିତ୍ତୀୟ ବ୍ୟବସ୍ଥା କ୍ଷେତ୍ରରେ ଓଡ଼ିଶା ଭାରତର ଅନ୍ୟ ରାଜ୍ୟ ଭାବରେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି। ବିତ୍ତୀୟ ବ୍ୟବସ୍ଥା ଓ ପରିଚାଳନାରେ ଓଡ଼ିଶା ଭଲ ରାଜ୍ୟ ଭାବରେ ପରିଗଣିତ ହୋଇଛି। ୧୯୯୯-୨୦୦୦ ମସିହାରେ ଋଣ ପରିଷଦ କରିବାରେ ଓଡ଼ିଶା ଅସମର୍ଥ ଥିଲା। ତେବେ ୨୦୨୪-୨୫ ବର୍ଷରେ ସୁଶାସନ ଏବଂ ଗୁଡ୍ ଫିଜିକାଲ ମ୍ୟାନେଜମେଣ୍ଟ ଆଉଟ୍ କମ୍ ହିସାବରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ପଡୋଶୀ ରାଜ୍ୟ ବିହାର ଏବଂ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ଆଗରେ ରହିଛି। ଏପରିକି ଓଡ଼ିଶା ପାଖାପାଖି ମଧ୍ୟ ବିହାର ପହଞ୍ଚି ନାହିଁ। ଦେଶର ବଡ଼ବଡ଼ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁଠାରୁ ଓଡ଼ିଶା ଯଥେଷ୍ଟ ଆଗରେ ଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.