କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ

217
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ନିରଞ୍ଜନ ସେଠୀ ଗିରଫ

ଡୁମାଣୀଟିଭି.୨୧/୩ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଆଉ ଜଣେ ଗିରଫ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ ।
ସୂଚନା ଅନୁସାରେ , କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଗିରଫ ହୋଇଛନ୍ତି୨ଜଣ । ଅବସରପ୍ରାପ୍ତ OIS ନିରଞ୍ଚନ ସେଠୀ ଗିରଫ । ନିରଞ୍ଜନ ଭୁବନେଶ୍ୱରରେ ରହି ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲେ । ଦୟାଲ ଆଶ୍ରମରେ ମାନସଙ୍କୁ ମାଡ ମାରିବାରେ ମଧ୍ୟ ସେ ସାମିଲ ଅଛନ୍ତି । ପ୍ରମାଣ ନଷ୍ଟ କରିବା ସହ ନୟାଗଡରେ ମୃତେଦହ ଲୁଚାଇବାରେ ମଧ୍ୟ ନିରଞ୍ଜନଙ୍କ ଭୂମିକା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୫ଜଣ ଗିରଫ ହେଲେଣି । ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ମଧ୍ୟ କିଛି ପତ୍ତା ପାଉନି ପୋଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି ।

Leave A Reply

Your email address will not be published.