ଓକାଲୋହୋମାର ବାରରେ ଗୁଳିକାଣ୍ଡ: ୩ ମୃତ

170

ଓ୍ୱାଶିଂଟନ : ଆମେରିକାରେ ଗୁଳିକାଣ୍ଡ ଘଟଣା କମିବାର ନା ଧରୁନି । ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।ଶନିବାର ରାତିରେଓକାଲୋହୋମାରେ ଆଉ ଏକ ଗୁଳକାଣ୍ଡ ଘଟିଛି । ଅଭିଯୁକ୍ତମାନେ ୬ ଜଣଙ୍କୁ ଟାର୍ଗେଟ କରି ଆଖିକୁଜା ଗୁଳି ଚାଳନା କରିଥିଲେ ।

ଏହାଯୋଗୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧୦ ଟା ସମୟରେ ଚକ୍ଲୋହୋମାର ହ୍ୱିସ୍କି ବ୍ୟାରେଲ ସୈଲୁନରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।

ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନେ ବାର ଭିତରେ ତିନିଜଣ ବୟସ୍କଙ୍କ ମୃତଦେହ ପାଇଥଲେ । ଓକାଲୋହୋମା ସିଟି ପୋଲିସର ସୂଚନାନୁସାରେ ଅନ୍ୟ ତିନି ଜଣଙ୍କୁ ଘଟଣାସ୍ଥଳରୁ ଡାକ୍ତରଖାନା ନିଆଯାଇଥିଲା ।

ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । କୋକୋ-ଟିଭି ରିପୋର୍ଟ କରିଛି ନ୍ୟୁକେସଲ୍ସ ରୋଡ ଏବଂ ଦକ୍ଷିଣ ପଶ୍ଚିମ ଓକାଲୋହୋମା ସିଟିର ଦକ୍ଷିଣ ରୁଫ ଆଭେନ୍ୟୁ ନିକଟରେ ଥିବା ହ୍ୱିସ୍କି ବ୍ୟାରେଲର ଅଜଣା ବ୍ୟକ୍‌ତିମାନେ ପହଞ୍ଚି ଗୁଳି ଚାଳନା କରିଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ପ୍ରଦାନ କରିଛି । ଓକ୍ଲୋମାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.