୧୦ ଲକ୍ଷ ଟଙ୍କାର ଗଂଜେଇ ଜବତ : ଜଣେ ଗିରଫ

180

ଜୟପୁର : ମାଲକାନଗିରି ସୀମାନ୍ତ ଅଂଚଳରୁ ଭୁବନେଶ୍ୱର ଗଂଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ଚଢ଼ାଉ କରି ବିପୁଳ ଗଂଜେଇ ଜବତ କରିଛି । କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ପୋଲିସ ଚାଙ୍ଗୁଡ଼ିପଡ଼ା ଗ୍ରାମ ନିକଟରେ ଚଢ଼ାଉ କରିଥିଲା । ମାଛକୁଣ୍ଡ ଅଂଚଳରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା ପୋଲିସ । ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ମାଫିଆ ଫେରାର ହୋଇଯାଇଛନ୍ତି । କାରକୁ ଏସ୍କଟ କରି ମୋଟର ସାଇକେଲରେ ଆସିଥିବା ଯୁବକକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ୍ । କାରକୁ ଯାଂଚ କରିବାରୁ ଏକ କୁଇଂଟାଲ ଗଂଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଯୁବକ ଜଣକ ମାଳକାନଗିରି ଜିଲ୍ଲା ଅଣ୍ଡରହାଲ୍ ଗ୍ରାମର ରଘୁ ହେନ୍ତାଳ ବୋଲି ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.